www.samajalive.in
Thursday, December 11, 2025
27.1 C
Bhubaneswar

ଖରା ଦିନେ ଏହି ଉପାୟରେ ନିଅନ୍ତୁ ମୁହଁର ଯତ୍ନ

ଖରା ଦିନେ ମୁହଁ ଅନେକ ସମ୍ବେଦନଶୀଳ ଓ କୋମଳ ହୋଇଯାଏ। ଏହି ଦିନେ ମୁହଁର ସଠିକ ଭାବେ ଯତ୍ନ ନ ନେବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଏହି ଦିନରେ ସନବର୍ଣ୍ଣ, ଟେନିଙ୍ଗ୍‌, ଡିହାଇଡ୍ରେଶନ ଇତ୍ୟାଦି ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କିଛି ଉପାୟ ରହିଛି। ଆସନ୍ତୁ ଜାଣିବା ସେ ସବୁ କ’ଣ ..

ବାରମ୍ବାର ଝାଳ ବୋହିବା ଦ୍ବାରା ଶରୀରରେ ଜଳର ଅଭାବ ଦେଖା ଦେଇଥାଏ। ଶରୀରରେ ଜଳର ଅଭାବ ରହିଲେ ମୁହଁ ଶୁଷ୍କ ଓ ଅସୁନ୍ଦର ଦେଖାଯାଏ। ତେଣୁ ଶରୀରରୁ ଜଳର ଅଭାବ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ। ଏହାଦ୍ବାରା ମୁହଁ ମଧ୍ୟ ସତେଜ ଦେଖାଯିବ। ଏହା ବ୍ୟତୀତ ଖରା ଦିନେ ତରଭୂଜ, କାକୁଡି ପରି ଫଳ ଖାଇବା ସ୍ବାସ୍ଥ୍ୟ ଓ ମୁହଁ ପାଇଁ ଅତି ଆବଶ୍ୟକ।

- Advertisement -

ଏହି ଦିନେ ଖରାର ପ୍ରଭାବ ଅଧିକ ରହିଥାଏ। ମୁହଁ ସିଧା ସଳଖ ସୂର୍ଯ୍ୟଙ୍କ ସମ୍ପର୍କରେ ଆସିବା ଦ୍ବାରା ଖରାପ ହୋଇଯାଇଥାଏ। ଏହାଦ୍ବାରା ମୁହଁରେ କୁପ୍ରଭାବ ପଡିଥାଏ। ଏହାଦ୍ବାରା ମୁହଁ ପୋଡିବା ସହ ଲାଲ ରଙ୍ଗର ଫୋଟକା ହୋଇଥାଏ। ତେଣୁ ଖରା ଦିନେ ଯେତେ ଆବଶ୍ୟକ ସୂର୍ଯ୍ୟଙ୍କ କିରଣରୁ ନିଜକୁ ରକ୍ଷା କରନ୍ତୁ।

ଖରାକୁ ବାହାରୁ ଥିଲେ ନିୟମିତ ରୂପେ ସନ୍ ସ୍କ୍ରିନ ଲୋଶନ ଲଗାନ୍ତୁ। ନିଜର ମୁହଁ, ବେକ ଓ ବାହାର ଅଙ୍ଗରେ ଖରାକୁ ବାହାରିବାର ୨୦ମିନିଟ ପୂର୍ବରୁ ସନବ୍ଲକ କ୍ରୀମ ଲଗାନ୍ତୁ।

ଖରାକୁ ବାହାରୁ ଥିଲେ ଶରୀରକୁ ଯେତେ ସମ୍ଭବ ଘୋଡାଇ ରଖନ୍ତୁ ଓ ସୂତାର ପୋଷାକ ପରିଧାନ କରନ୍ତୁ। ଏହି ଦିନରେ ଘିକୁଆଁରୀ ଜେଲ୍‌ କିମ୍ବା ଫେସ୍‌ ପ୍ୟାକ ବ୍ୟବହାର କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା ବ୍ୟତୀତ ପ୍ରତି ୩ ଦିନରେ ଥରେ ମୁହଁ ଓ ହାତରେ ଟମାଟୋ ଲଗାଇ ପାରିବେ।

ଧୂଳି, ଧୂଆଁ ଓ ପ୍ରଦୂଷଣ କାରଣରୁ ମୁହଁର ଚର୍ମରେ ଛିଦ୍ର ହୋଇଯାଏ। ଖରା ବଢିବା ଦ୍ବାରା ଛିଦ୍ର ମଧ୍ୟ ଦେଇ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ। ଏହା ଦ୍ବାରା ବ୍ରଣ ହୋଇଥାଏ। ତେଣୁ ବ୍ରଣ ସମସ୍ୟାରୁ ବର୍ତ୍ତିବା ପାଇଁ ମୁହଁକୁ ସର୍ବଦା ସଫା ରଖନ୍ତୁ। ଏହା ବ୍ୟତୀତ ସପ୍ତାହକୁ ୨ରୁ ୩ ଥର ମୁହଁରେ ମୁଲତାନି ମାଟି କିମ୍ବା ଚନ୍ଦନ ପାଉଡର ଲଗାନ୍ତୁ।

ମୁହଁରେ ସଂକ୍ରମଣ ଦ୍ବାରା କୁଣ୍ଡାଇ ହୋଇଥାଏ। ଏହାସହ ବ୍ରଣ ଓ ଛିଦ୍ର ହୋଇଥାଏ। ତେଣୁ ମୁହଁରେ ବାରମ୍ବାର ହାତ ମାରନ୍ତୁ ନାହିଁ। ଏହାସହ ମୁହଁକୁ ସର୍ବଦା ସଫା ରଖନ୍ତୁ।

ଯଦି ମୁହଁରେ କିଛି ସଂକ୍ରମଣ ହୋଇଥାଏ ତେବେ ବରଫ ଲଗାଇ ସେହି ସ୍ଥାନକୁ ଭଲ ଭାବେ ଘଷନ୍ତୁ। ଏପରି କରିବା ଦ୍ବାରା ଜଳାପୋଡା କମ୍‌ ହେବା ସହ ସଂକ୍ରମଣ କମିଥାଏ।

 

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories