ପରିଶ୍ରମ କରିବା ସତ୍ତ୍ବେ ସଫଳତା ପାଉ ନାହାଁନ୍ତି, କରନ୍ତୁ ଏହି ଉପାୟ

0

ଯେଉଁ ବ୍ୟକ୍ତି ପରିଶ୍ରମ କରି ନଥାନ୍ତି ସେମାନେ ଅସଫଳ ହେବା ଏକ ସାଧାରଣ କଥା। କିନ୍ତୁ କଠୋର ପରିଶ୍ରମ କଲା ପରେ ମଧ୍ୟ ସଫଳତା ନ ମିଳିଲେ ଅନେକ କଷ୍ଟ ହୋଇଥାଏ। ବେଳେବେଳେ ଅନେକ କହିଥାନ୍ତି ଯେ, ଭାଗ୍ୟରେ ଦୋଷ ଥିବାରୁ କୌଣସି କାମରେ ସଫଳତା ମିଳୁ ନାହିଁ। ଅନେକାଂଶରେ ଆମର ସଫଳତା-ଅସଫଳତା ଆମର ଗ୍ରହ ନିର୍ଦ୍ଧାରିତ କରିଥାଏ। କିନ୍ତୁ ବାସ୍ତୁ ସହ ଯୋଡି ହୋଇଥିବା କିଛି ଉପାୟ କରିବା ଦ୍ୱାରା ବ୍ୟବସାୟରେ ସଫଳ ହୋଇ ପାରିବେ।ଯଦି ଆପଣ ନିଜର ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି, ତେବେ ଦୋକାନ କିମ୍ବା କାର୍ଯ୍ୟାଳୟର ଉତ୍ତର-ପଶ୍ଚିମ ଦିଗରେ ଦୁଇଟି ଧଳା ଘୋଡା ଦୌଡୁଥିବାର ଫଟୋ ଲଗାଇବା ଉଚିତ।
ଆପଣଙ୍କ ଦୋକାନ କିମ୍ବା କାର୍ଯ୍ୟାଳୟର ଉତ୍ତର ଦିଗ ସହ ଉତ୍ତର-ପଶ୍ଚିମ ଦିଗରୁ ନକାରାତ୍ମକ ଉର୍ଜା ଠାରୁ ମୁକ୍ତ କରିବା ଉଚିତ।
କୌଣସି କମ୍ପାନୀକୁ ସଫଳ କରିବା ପାଇଁ ତାର ମାଲିକଙ୍କ ଭାଗ୍ୟ ଅଙ୍କ ମଜଭୂତ ହୋଇଥିବା ଦରକାର।କାର୍ଯ୍ୟାଳୟରେ ଅଧିକ ନକାରାତ୍ମକ ଉର୍ଜା ଥିଲେ ତାକୁ ଭଲ ଭାବେ ସଫା କରିବା ଉଚିତ। ଏହା ସହ ପାଣିରେ ଲୁଣ ମିଶାଇ ଧୋଇବା ଉଚିତ। ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ।
ନିଜ କାର୍ଯ୍ୟାଳୟର ଉତ୍ତର ଦିଗରେ କୁବେରଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ଏହା ଧନର ଆଗମନ କରାଇଥାଏ।
ବେଳେବେଳେ ଦୋକାନ ଓ କାର୍ଯ୍ୟାଳୟରେ ବାସ୍ତୁ ଠିକ ନଥିବା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

kalyan agarbati
Leave A Reply