www.samajalive.in
Monday, December 15, 2025
24.1 C
Bhubaneswar

ମାଟି ତଳୁ ବାହାରିଲା ଶୁଭମିତ୍ରାଙ୍କ ମୃତଦେହ

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍‌ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍ ଅଭିଯୁକ୍ତ ଦୀପକକୁ ମୃତଦେହ ପୋତାଯାଇଥିବା ସ୍ଥାନକୁ ନେଇ ସିନ୍ ରିକ୍ରିଏସନ୍ କରିବା ପରେ ମାଟି ତଳୁ ମୃତଦେହକୁ ବାହାର କରିଛି। ଅଭିଯୁକ୍ତ ଜଣକ ଶୁଭମିତ୍ରାଙ୍କ ମାରିଥିବା ସ୍ଵୀକାର କରିଛି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଦୀପକର ମାଉସୀ ପୁଅ ଭାଇକୁ ଗିରଫ କରାଯାଇଛି। ଏବଂ ମୃତଦେହ ନେଇଥିବା କାର୍‌ ମଧ୍ୟ ପୁଲିସ୍‌ ଜବତ କରିଛି। ସେପଟେ ଏହାକୁ ନେଇ ପୁଲିସ କମିଶନର ଏସ୍‌.ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତର ପଲିଗ୍ରାଫ୍‌ ଟେଷ୍ଟ ହୋଇଛି । ମାତ୍ର ରିପୋର୍ଟ ଆସି ନାହିଁ। ଅଭିଯୁକ୍ତ ଦୀପକ ଶୁଭମିତ୍ରାଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଫେରାଉ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିବା ଜଣାପଡିଛି। ଉଭୟ ୨୦୨୪ରେ ରେଜିଷ୍ଟ୍ରି ମ୍ୟାରେଜ୍‌ କରିଥିବାରୁ ଶୁଭମିତ୍ରା ବିବାହକୁ ସର୍ବସମ୍ମୁଖକୁ ଆଣିବା ପାଇଁ ଭୋଜି ପାଇଁ ଜିଦ୍‌ କରି ଟଙ୍କା ମାଗିବାରୁ ଝଗଡା ବଢିଥିଲା। ଶେଷରେ ଦୀପକ ତାଙ୍କୁ ହତ୍ୟା କରିଥିଲା । ପୁଲିସ ଘଟଣାର ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories