ଷ୍ଟାଡିୟମ ଭିତରକୁ ନ ଛାଡିବାରୁ କ୍ରେନ ଭଡାରେ ଆଣି ତା ଉପରେ ବସି ମ୍ୟାଚ ଦେଖିଲେ ପ୍ରଶଂସକ

0

ତୁର୍କୀ: ଜଣେ ଫୁଟବଲ ପ୍ରଶଂସକକୁ  ଖେଳ ଦେଖିବା ପାଇଁ ,ଷ୍ଟାଡିୟମ ଭିତରକୁ ନ ଛାଡିବାରୁ ସେ ଏକ ଅଭିନବ ଉପାୟ ଆପଣାଇଥିଲେ । ଏକ କ୍ରେନକୁ ଭଡାରେ ଆଣି ତା ଉପରେ ବସି ସେ ଫୁଟବଲ ମ୍ୟାଚ ଦେଖିଥିଲେ । ଏହି ଘଟଣା ତୁର୍କୀରେ ଘଟିଛି । ଏହି ପ୍ରଶଂସକ ଖେଳ ବେଳେ ହିଂସା ପ୍ରଦର୍ଶନ କରିଥିବାରୁ ବର୍ଷକ ପାଇଁ ତାଙ୍କ ଉପରେ  ଷ୍ଟାଡିୟମ ଭିତରେ ପ୍ରବେଶ କରିବାରେ କଟକଣା ଜାରି କରାଯାଇଛି ।

ଏହି ମ୍ୟାଚରେ ଏହି ପ୍ରଶଂସକଙ୍କ  ଡେନିଜିଲିସପୋର କ୍ଲବର ବିଜୟ ହୋଇଥିଲା । ୫ -୦ ଗୋଲରେ ନିଜଜ ବିପକ୍ଷଠାରୁ କ୍ଲବ ମ୍ୟାଚରେ ବିଜୟ ଲାଭ କରିଥିଲା । ତାଙ୍କୁ ଷ୍ଟାଡିୟନ ଭିତରକୁ ଛଡା ନ ଗଲେ ବାକି ମ୍ୟାଚମାନଙ୍କରେ ଏହି ଉପାୟ ଅବଲମ୍ବନ କରି ମ୍ୟାଚ ଦେଖିବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply