BJD Bijuli 480×75 Mob

ରାହୁଲ ମୋ ରାକ୍ଷୀ ପିନ୍ଧା ଭାଇ : ଅଦିତି ସିଂହ

BJD Bijuli 480×75 Mob
0

ରାଏବରେଲି : କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିବାହ ନେଇ ବେଶ କିଛି ଦିନ ଧରି ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚା ଲାଗିରହିଥିଲା। ସେ ରାଏବରେଲି ବିଧାୟିକା ଅଦିତି ସିଂହଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଅଦିତି ସିଂହ ଏହାକୁ ଖଣ୍ଡନ କରିଛନ୍ତି । ରାହୁଲଙ୍କୁ ସେ ତାଙ୍କର ରାକ୍ଷୀ ପିନ୍ଧା ବଡ଼ ଭାଇ ବୋଲି କହିଛନ୍ତି ।

ସୂଚନା ଯୋଗ୍ୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହିତ ରାଏବରେଲି ବିଧାୟିକା ଅଦିତି ସିଂହଙ୍କର ବିବାହ ହେଉଥିବା ନେଇ ଚର୍ଚ୍ଚା ଉପରେ ନିଜେ ଅଦିତି ରବିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାହୁଲ ତାଙ୍କର ରାକ୍ଷୀ ପିନ୍ଧା ବଡ଼ ଭାଇ ହୋଇଥିଲାବେଳେ ଏଭଳି ପ୍ରଚାର ସମ୍ପୂର୍ଣ୍ଣ ଅମୂଳକ ବୋଲି ଅଦିତି କହିଛନ୍ତି। ‘ରାହୁଲଜୀ ମୋର ବଡ଼ ଭାଇ ଭଳି; ମୁଁ ନିୟମିତ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥାଏ। କିଛି ବ୍ୟକ୍ତି ଆମ ପବିତ୍ର ସମ୍ପର୍କକୁ ନେଇ ଅପପ୍ରଚାର ଚଳାଇଛନ୍ତିି ଏବଂ ଏହା ମୋତେ ଖୁବ୍‍ ଆଘାତ ଦେଇଛି’ ବୋଲି ସେ କହିଛନ୍ତି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସକୁ କ୍ଷତି ପହଞ୍ଚାଇବା ପାଇଁ ଓ ରାହୁଲଜୀଙ୍କୁ ନିନ୍ଦିତ କରିବା ପାଇଁ ଏଭଳି ଅପପ୍ରଚାର କରାଯାଉଥିବା ସେ ଦର୍ଶାଇଛନ୍ତି। ଏଭଳି ପ୍ରଚାର ପଛରେ କାହାର ହାତ ରହିଛି ତାହା ଜଳଜଳ ଦିଶୁଛି ବୋଲି ଅଦିତି କହିଛନ୍ତି ।

Leave A Reply