ଶ୍ରୀଲଙ୍କା ଦଙ୍ଗା ଘଟଣାରେ ଆଉ ୧୦ ଗିରଫ

0

କଲମ୍ବୋ : ଶ୍ରୀଲଙ୍କାର କାଣ୍ଡି ପ୍ରଦେଶରେ ଉପୁଜିଥିବା ସାଂପ୍ରଦାୟିକ ଦଙ୍ଗା ଘଟଣାରେ ପୁଲିସ ଗୁରୁବାର ଆଉ ୧୦ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀ ରହିଥିବା ଜଣାପଡିଛି। ଫଳରେ ମୋଟ ଗିରଫ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। କାଣ୍ଡି ସହରରେ ସେନାର ଫ୍ଲାଗମାର୍ଚ୍ଚ ସତ୍ତ୍ୱେ କାଁ ଭାଁ ଗଣ୍ଡଗୋଳ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ କାଣ୍ଡି ସହରରେ ମୁସଲମାନ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ଦୁଇଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଥିଲେ। ଏହାପରେ ଶ୍ରୀଲଙ୍କା ସରକାର କାଣ୍ଡିରେ ସାନ୍ଧ୍ୟଆଇନ ଜାରି କରିଥିଲେ। ବର୍ତ୍ତମାନ ସ୍ଥିତି କ୍ରମଶଃ ସ୍ୱାଭାବିକ ହେବାକୁ ଯାଉଥିବାରୁ ସାନ୍ଧ୍ୟଆଇନକୁ କୋହଳ କରିବାକୁ ସରକାର ଚିନ୍ତା କରୁଛନ୍ତି। ଶ୍ରୀଲଙ୍କାର ଆଭ୍ୟନ୍ତରୀଣ ସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ସରକାର ଗୁରୁବାର ଶ୍ରୀଲଙ୍କାରେ ଅବସ୍ଥାନ କରୁଥିବା ନିଜ ନାଗରିକ ଓ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ପରାମର୍ଶବଳୀ ଜାରି କରିଛନ୍ତି।

Leave A Reply