www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଯୁଦ୍ଧ ଜିତିବାକୁ ହେଲେ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତା ଜରୁରୀ: ହାର୍ଭାର୍ଡ ବିଶ୍ବବିଦ୍ୟାଳୟ

ୱାଶିଂଟନ: କରୋନା ଭୂତାଣୁ ବିରୋଧରେ ସାରା ବିଶ୍ବ ଏକାଠି ହୋଇ ଯୁଦ୍ଧି କରୁଛି। ବିଭିନ୍ନ ଦେଶ ଲକଡାଉନ କରିବା ସହିତ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ କରୋନାର ପ୍ରଭାବ କମିବା ପରେ ଏହି ନିୟମକୁ ପ୍ରତ୍ୟାହାର କରିନେଲେ ମାନବ ଜାତି ପୁଣି ଥରେ ମହାମାରୀ ଭୂତାଣୁ ଶିକାର ହୋଇପାରେ ବୋଲି ଆମେରିକାସ୍ଥିତ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନା ଯୁଦ୍ଧରେ ଜିତିବାକୁ ହେଲେ ଆଗାମୀ ୨ ବର୍ଷ ଅର୍ଥାତ ୨୦୨୨ ମସିହା ପର୍ଯ୍ୟନ୍ତ ମଣିଷକୁ ସାମାଜିକ ଦୂରତା ପାଳନ କରିବାକୁ ହେବ। ମଣିଷ ଯଦି କରୋନା ମୁକାବିଲା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରେ ତେବେ ଏହି ଭୂତାଣୁ ଆହୁରି ଘାତ ହେବ ବୋଲି ବିଶ୍ବବିଦ୍ୟାଳୟର ଟିଏଚ ଚେନ ସ୍କୁ ଅଫ ପବ୍ଲିକ ହେଲ୍‌ଥର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ କରୋନା ଭୂତାଣୁ ଉପରେ କରିଥିବା ଗବେଷଣା ଆଧାରରେ ଏକ ସାଇନ୍ସ ଜର୍ନାଲ ଏ ସମ୍ବନ୍ଧୀୟ ରିପୋର୍ଟ ପ୍ରକାଶ କରିଛି।

ବୈଜ୍ଞାନିକମାନେ କହିଛନ୍ତି, ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଗଲେ କରୋନା ଭୂତାଣୁ ପୁନର୍ବାର ବ୍ୟାପିପାରିବ ନାହିଁ। ଏହିପରି ପରିଣାମ ୨୦୦୩ରେ ବ୍ୟାପିଥିବା ସାର୍ସ-ସିଓଭି-୧ ଭୂତାଣୁରେ ଦେଖିବାକୁ ମିଳିଥିଲା। ଭୂତାଣୁ ଇନ୍‌ଫ୍ଲୁଏଞ୍ଜା ଭାବେ ବିଶ୍ବବ୍ୟାପି ରହିଛି। ତେଣୁ ଅତି କମରେ ବର୍ତ୍ତମାନ ପରିସ୍ଥିତିରେ ୨୦ ସପ୍ତାହ ଅର୍ଥାତ ୧୪୦ ଦିନ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।

- Advertisement -

ବୈଜ୍ଞାନିକମାନେ ଆହୁରି କହିଛନ୍ତି, ଆମେରିକା କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଦେଶକୁ ୨୦୨୨ ପର୍ଯ୍ୟନ୍ତ ସାସାଜିକ ଦୂରତା ପାଳନ କରିବାକୁ ପଡ଼ିବ ଅଥବା ଭ୍ୟାକ୍ସିନ ବାହାରିବା ପର୍ଯ୍ୟନ୍ତୁ ଏହାକ କଡ଼ାକଡ଼ି କରାଯିବା ଜରୁରୀ। ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପି ବୈଜ୍ଞାନିକମାନେ ଉଦ୍ୟମ ଚଳାଇଥିଲେ ହେଁ କରୋନାର ଭ୍ୟାକ୍ସିନ ବାହାର କରିବାରେ ସଫଳତା ପାଇନାହାନ୍ତି। ତେଣୁ ଏହି ଭୂତାଣୁ ସାମାନ୍ୟ ଅଣଦେଖା କଲେ ମଣିଷ ଜାତି ଉପରେ ଏହା ବହୁତ ଭାରି ପଡ଼ିବ।

କରେନା ରଙ୍ଗ ବଦଳାଉଥିବା ଏକ ଭୟଙ୍କର ଭୂତାଣୁ

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, କରୋନା ଭୂତାଣୁ ସମୟ ସମୟରେ ରଙ୍ଗ ବଦଳାଉଥିବା ଏକ ଭୟଙ୍କର ଭୂତାଣୁ। କାହାଠାରେ ଏହାର ଲକ୍ଷଣ ଦେଖାଯାଉଛି ତ ଅନ୍ୟ କାହାଠାରେ କୌଣସି ଲକ୍ଷଣ ମିଳୁନାହିଁ। ଚୀନରେ ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ଏହା ପୁଣି ଥ​‌ରେ ଫେରିଛି। ଯେକୌଣସି ରାଷ୍ଟ୍ରରେ ଏଭଳି ସ୍ଥିତି ଉପୁଜିପାରେ। ତେଣୁ ଏହାକୁ ପୁନର୍ବାର ବ୍ୟାପିବାରୁ ରୋକିବା ଲାଗି ସାବଧାନତା ବା ସତର୍କତା ଏକମାତ୍ର ଏବଂ ସର୍ବଶ୍ରେଷ୍ଠ ଉପଚାର।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories