ଆଶ୍ରୟ କେନ୍ଦ୍ରର ୬ ଅନ୍ତେବାସୀଙ୍କୁ ୮ ବର୍ଷ ଧରି ବଳାତ୍କାର ଅଭିଯୋଗ

0

ଭୋପାଳ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ଏକ ଆଶ୍ରୟ କେନ୍ଦ୍ରରେ ୬ ଜଣ ମୁକ ଏବଂ ବଧିର ଅନ୍ତେବାସୀଙ୍କୁ ୮ ବର୍ଷ ହେବ ଯୌନ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଆଶ୍ରୟ କେନ୍ଦ୍ରର ୨ ଜଣ ଝିଅ ଏବଂ ୪ ଜଣ ପୁଅ ଶୁକ୍ରବାର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି। ସାଇ ବିକଳାଙ୍କ ଅନାଥାଶ୍ରମର ମାଲିକ ଏମ୍‍.ପି ଅବସ୍ତି ସେମାନଙ୍କୁ ଦୀର୍ଘ ବର୍ଷ ହେଲା ବଳାତ୍କାର କରି ଆସୁଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଶାରୀରିକ ନିର୍ଯାତନା ଯୋଗୁଁ ୩ ଜଣ ଅନ୍ତେବାସିନୀଙ୍କ ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଶ୍ରଦ୍ଧା ଶୁକ୍ଳା ନାମକ ଜଣେ ସାଙ୍କେତିକ ଚିହ୍ନ ବିଶେଷଜ୍ଞ ସେମାନଙ୍କୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଭେଟିବା ସହ ଅଭିଯୋଗ ଦାଖଲ କରିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ଶୁଣୁନାହାନ୍ତି ଓ ସାମାଜିକ ନ୍ୟାୟ କମିଶନର କେ.ଜି ତିୱାରୀ ତାଙ୍କ ପ୍ରତି ସମ୍ବେଦନଶୀଳ ନଥିବା ସେମାନେ କହିଛନ୍ତି। ଅପରପକ୍ଷରେ ଅବସ୍ତି ଏହି ଅଭିଯୋଗକୁ ଖଣ୍ଡନ ଓ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କୁ ଏବେ ୭୦ ବର୍ଷ ବୟସ, ତେଣୁ ସେ କିପରି କାହାକୁ ଯୌନ ନିର୍ଯାତନା ଦେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

Leave A Reply