BJD Bijuli 480×75 Mob

ଉତ୍କଳମଣିଙ୍କୁ ମରଣୋତ୍ତର ଭାରତରତ୍ନ ଦାବି, ଗୋପବନ୍ଧୁ ଭବନରେ ପହଞ୍ଚିଲା ପଦଯାତ୍ରା

BJD Bijuli 480×75 Mob

ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଦାବିରେ ଶାନ୍ତି ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରା କଟକ ଗୋପବନ୍ଧୁ ଭବନରେ ପହଞ୍ଚିଛି। ଫାଉଣ୍ଡେସନ୍‌ର ମୁଖ୍ୟ ସଞ୍ଜୟ କୁମାର ପରିଡ଼ାଙ୍କ ନେତୃତ୍ବରେ ସତ୍ୟବାଦୀର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥଳରୁ ଏହି ପଦଯାତ୍ରା ବାହାରି ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଥିଲା।

ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ଯେ, ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ ଥିଲେ। ସେ ଦୈନିକ ‘ସମାଜ’ ଓ ‘ସତ୍ୟବାଦୀ’ ପତ୍ରିକା ପ୍ରତିଷ୍ଠା କରିଥିଲେ। ଲୋକଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ରେ କାରାବଦ୍ଧ କରିଥିଲେ। ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ସେ ଅନ୍ୟତମ। ମଧୁସୂଦନ ରାଓଙ୍କ ନିଷ୍ପତ୍ତିକ୍ରମେ ତାଙ୍କ ନେତୃତ୍ବରେ ପଞ୍ଚସଖାମାନେ ମିଶି ସାକ୍ଷିଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।

ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ବାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା। ୧୯୧୮ରୁ ୧୯୨୦ ମଧ୍ୟ‌େ‌ର ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା ଓ ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ। ଗୋପବନ୍ଧୁ ଦାସ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକଙ୍କ ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ। ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନତା ଓ ଶବ ସଂସ୍କାର ଆଦି କାମ କରୁଥିଲେ। ସେଥିପାଇଁ ତାଙ୍କୁ ଉତ୍କଳମଣି ଆଖ୍ୟା ଦିଆଯାଇଥିଲା। ଏହା ଉପରେ ଦୃଷ୍ଟି ଦେଇ ଉତ୍କଳମଣିଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ଦାବିରେ ଆରମ୍ଭ ହୋଇଥିବା ପଦଯାତ୍ରା ଶନିବାର କଟକ ଗୋପବନ୍ଧୁ ଭବନରେ ପହଞ୍ଚିଥିଲା। ‘ସମାଜ’ର ବରିଷ୍ଠ ଅଧିକାରୀ ଏହି ପଦଯାତ୍ରାକୁ ସ୍ବାଗତ କରିଥିଲେ।

Comments are closed.