ବର୍ଷାରେ ଏପରି ନିଅନ୍ତୁ ତ୍ବଚାର ଯତ୍ନ, ହେବ ନାହିଁ ସଂକ୍ରମଣ
ଆରମ୍ଭ ହୋଇ ସାରିଛି ବର୍ଷା ଋତୁ। ଏହି ଋତୁରେ ଶରୀର ଯତ୍ନ ନେବା ସଙ୍ଗେସଙ୍ଗେ ତ୍ବଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ। କାରଣ ବର୍ଷା ଦିନରେ ହିଁ ଅଧିକ ସଂକ୍ରାମକ ରୋଗ ସୃଷ୍ଟି ହୋଇଥାଏ। କୁଣ୍ଢେଇ ହେବା, ନାଲି ଦାଗ ପଡିଯିବା ଭଳି ସମସ୍ୟା ଦେଖିବାକୁ ମିଳେ। ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ କିଛି ଉପାୟ..
ଅଧିକାଂଶ ଲୋକ ବର୍ଷା ଋତୁରେ ମଇଶ୍ଚରାଇଜର ଲଗାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଭାବନ୍ତି ଏହାକୁ ଲଗାଇବା ଦ୍ବାରା ତ୍ବଚା ଚିପଚିପ ହେବା ସହ ତେଲିଆ ଲାଗିଥାଏ। କିନ୍ତୁ ଏପରି ଭାବିବା ସଂମ୍ପୂର୍ଣ୍ଣ ଭୁଲ।
ବର୍ଷା ଦିନେ ତ୍ବଚାକୁ ପୋଷଣ ତତ୍ତ୍ବର ଆବଶ୍ୟକତା ରହିଥାଏ। ବାରମ୍ବାର ବର୍ଷାରେ ଭିଜିବା ଦ୍ବାରା ତ୍ବଚା ଶୁଖିଲା ବା ଡ୍ରାଏ ହୋଇ ଯାଇଥାଏ। ଫଳରେ ତ୍ବଚା କୁଣ୍ଢେଇ ହୋଇ ସଂକ୍ରମଣର ସମ୍ଭାବନା ଅଧିକ ରହିଥାଏ।
ବର୍ଷା ପରେ ଖରା ବହୁତ ଟାଣ ହୋଇଥାଏ। ସେହି ସମୟରେ ବାହାରକୁ ବାହାରିବା ସମୟରେ ସନସ୍କ୍ରିନ୍ ଲୋସନ୍ ଲାଗାଇବାକୁ ଜମାରୁ ଭୁଲନ୍ତୁ ନାହିଁ।
ଏହି ଦିନରେ ତ୍ବଚାରେ ଟୋନର ବ୍ୟବହାର କରନ୍ତୁ। ଯଦି ଟୋନର ବ୍ୟବହାର କରିବାକୁ ଡରୁଛନ୍ତି, ତେବେ ଗୋଲପ ଜଳ ଆପଣଙ୍କ ତ୍ବଚା ପାଇଁ ଲାଭଦାୟକ ଅଟେ।
ଏହି ସମୟରେ ହାତ ଓ ପାଦକୁ ସଫା ରଖନ୍ତୁ। ଦିନକୁ ଅତି କମରେ ଦୁଇ ଥର ଫେସ୍ ୱାସ୍ କରନ୍ତୁ।