ସମ୍ବଲପୁର : ଇଦଗାହାରେ ନମାଜ ପାଠ ପାଇଁ ଅନୁମତି ନାହିଁ

ସମ୍ବଲପୁର : ଇଦ ପାଳନ ପାଇଁ ଇଦଗାହା ଓ ମସଜିଦରେ ନମାଜ ପାଠ ଅନୁମତି ପ୍ରସଙ୍ଗରେ ଶୁକ୍ରବାର ବଡ଼ବଜାରରେ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର କହିଛନ୍ତି ଯେ ଚଳିତବର୍ଷ ଇଦ୍ ପାଳନରେ ଇଦଗାହାରେ ନମାଜ ପାଠ ପାଇଁ ଅନୁମତି ମିଳିବ ନାହିଁ ।

prayash

ଶୁକ୍ରବାର ଏସପି କହିଛନ୍ତି ମୁସଲମାନ ସଂପ୍ରଦାୟର ଲୋକେ ନିଜ ନିଜର ଅଞ୍ଚଳରେ ଥିବା ମସଜିଦ ଗୁଡ଼ିକରେ ନମାଜ ପାଠ କରିପାରିବେ । ତେବେ ମସଜିଦ ଗୁଡିକ ଯେଉଁ  ଅଞ୍ଚଳରେ ଥିବ ସେହି ଅଞ୍ଚଳରେ ଥିବା ପୁଲିସ ଥାନା ପକ୍ଷରୁ କେତେ ସଂଖ୍ୟକ ଲୋକ ଏକା ସାଥିରେ ମସଜିଦରେ ଇଦ୍  ନମାଜ ପାଠ କରିବେ ତାହା ନିର୍ଣ୍ଣୟ କରିବେ ବୋଲିଏସପି ବି. ଗଙ୍ଗାଧର କହିଛନ୍ତି ।

Comments are closed.