www.samajalive.in
Monday, December 8, 2025
14.1 C
Bhubaneswar

ଛାତ୍ର, ଶିକ୍ଷକ ଓ ଅଭିଭାବଙ୍କ ସମ୍ମିଳିତ ଉଦ୍ୟମରେ ଶିକ୍ଷାନୁଷ୍ଠାନ ହୁଏ ଗୌରବାନ୍ୱିତ

କେନ୍ଦୁଝରଗଡ଼ : ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସମ୍ମିଳିତ ଉଦ୍ୟମ ହିଁ ଶିକ୍ଷାନୁଷ୍ଠାନର ଗୌରବକୁ ବୃଦ୍ଧି କରେ। ପଳାଶପଙ୍ଗାସ୍ଥିତ ସନ୍ଥେଭଞ୍ଜ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ରବିବାର ଉଦ୍‍ଯାପନୀ ସମାରୋହରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି। ଏଥିସହ ଛାତ୍ରଛାତ୍ରୀ ନିଷ୍ଠାପର ଭାବେ ଶିକ୍ଷା ଗ୍ରହଣ କରିବାକୁ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେବାସହ ପୁରାତନ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିଥିବା ଶିକ୍ଷାନୁଷ୍ଠାନକୁ ଭୁଲି ନଯାଇ ତାହାର ଉନ୍ନତି ପାଇଁ ସହଯୋଗ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‍ ବିଶେଷ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇ କାର୍ଯ୍ୟକାରୀ କରି ଆସୁଥିବା ବେଳେ ଏଥିରେ ଅଭିଭାବକ ଓ ପୁରାତନ ଛାତ୍ର ଯୋଡି ହେଲେ ଶିକ୍ଷାନୁଷ୍ଠାନ ଆହୁରି ଉନ୍ନତି ଲାଭ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ମହାରାଜା ଶ୍ରୀରମା ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସରର ନିର୍ଦ୍ଦେଶକ ତଥା ଓଡଆ ବିଭାଗ ମୁଖ୍ୟ ପ୍ରଫେସର ବବୃବାହନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ତମ ଛାତ୍ର ଗଠନ ପାଇଁ ଉଭୟ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ।

- Advertisement -

ପୂର୍ବତନ ମନ୍ତ୍ରୀ ତଥା ଘସିପୁରାର ବିଧାୟକ ବଦ୍ରି ନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଜଣେ ଜଣେ ସୁନାଗରିକ ଓ ଭଲମଣିଷ ଭାବେ ଗଢ଼ି ତୋଳିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟାରେ ପୂର୍ବତନ ଲୋକସଭା ସଦସ୍ୟ ମାଧବ ସର୍ଦ୍ଦାର ଓ ବିଶିଷ୍ଟ ସମାଜସେବୀ ସେବତୀ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫୦ବର୍ଷର ଏହି ଶିକ୍ଷାନୁଷ୍ଠାନ ଗଢ଼ି ତୋଳିବାରେ ଯେଉଁ ମହାନୁଭବ ବୀଜ ବୁଣିଥିଲେ ସେମାନଙ୍କୁ ଆଜିର ଦିନରେ ସ୍ମରଣ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ‘ସନ୍ଥଭୂମି’ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର କର୍ମକର୍ତ୍ତା, ପୁରାତନ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ, ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁଷ୍ପଗୁଛ, ଉପଢ଼ୌକନ, ମାନପତ୍ର ଓ ସୁବର୍ଣ୍ଣ ଜୟନ୍ତୀ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରିଥିଲେ। ସୁବର୍ଣ୍ଣ ଜୟନ୍ତୀର ସଭାପତି ସୌମ୍ୟଶଙ୍କର ଚକ୍ର ଅଧ୍ୟକ୍ଷତା କରି ୩ଦିନଧରି ଆୟୋଜିତ ଏହି ସମାରୋହକୁ ମହୋତ୍ସବରେ ପାଳନ କରିବାରେ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଓ ଶୁଭେଛୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ପ୍ରାରମ୍ଭରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସମ୍ପାଦକ ଜ୍ଞାନରଞ୍ଜନ ମିଶ୍ର ସ୍ୱାଗତଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତିର ସଂଯୋଜକ କଷ୍ଣଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହକୁ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମିତିର ସମସ୍ତ କର୍ମକର୍ତ୍ତା ଓ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଚିତ୍ତାକର୍ଷକ ନୃତ୍ୟାଭିନୟ ଓ ଓଡିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଓ ସାଥୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରବଳ ଶୀତ ସତ୍ତ୍ବେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁମିଥିଲେ ଅଞ୍ଚଳବାସୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories