www.samajalive.in
Sunday, December 7, 2025
14.1 C
Bhubaneswar

ନୁଆଁଖାଇ ପାଇଁ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆ ଧାନ : ୨୩ରେ ପାଳନ ହେବ ନୁଆଁଖାଇ

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଆସନ୍ତା ୨୩ ତାରିଖ ରବିବାର ଦିନ ପାଳିତ ହେବ। ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶାରେ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଥିବାବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ନୁତନ ଅମଳ ଧାନ ବୁଧବାର ପୂର୍ବାହ୍ନରେ ପହଞ୍ଚି ଯାଇଛି। ପରମ୍ପରା ଅନୁଯାୟୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପରେ ପଶ୍ଚିମ ଓଡିଶାବାସୀ ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ନବାନ୍ନ ଭକ୍ଷଣ କରିଥାନ୍ତି। ସାଧାରଣତଃ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେତୁ ପ୍ରାୟ ୫ କିଲୋ ନୂତନ ଚାଉଳ ଲାଗିଥାଏ। ଏହି ନୂତନ ଧାନକୁ ଘର ମହିଳାମାନେ ଖରାରେ ଶୁଖାଇବା ପରେ ତାକୁ ପାରମ୍ପରିକ ପଦ୍ଧତି ଅନୁଯାୟୀ ସେଠାରୁ ଚାଉଳ ବାହାର କରିବେ। ଏହି ଚାଉଳରୁ ନିର୍ମିତ ବିଭିନ୍ନ ପିଠାପଣା, ଖିରି ଆଦି ଆସନ୍ତା ୨୩ ତାରିଖ ଦିନ ମାଁ ସମଲେଶ୍ୱରୀଙ୍କ ନିକଟରେ ସର୍ବ ପ୍ରଥମେ ଭୋଗ ଲାଗି ହେବ। ଏଣୁ ଚଳିତ ବର୍ଷା ଋତୁର ପ୍ରଥମ ଅମଳ ଧାନ ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅର୍ନ୍ତଗତ ବଲବସପୁର ଗ୍ରାମର ଚାଷୀ ସୁବାଷ ଚନ୍ଦ୍ର ବେହେରା ସମଲେଶ୍ୱରୀ ମନ୍ଦିର ପୁଜାରୀଙ୍କୁ ତିନି ବର୍ଷ ହେବ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ଭେଟି ଦେଇ ଆସୁଛନ୍ତି। ବୁଧବାର ଦିନ ମନ୍ଦିରରେ ନୂତନ ରଙ୍ଗ ଦିଆଯାଇଛି। ଶୁକ୍ରବାର ମାଁଙ୍କୁ ସିନ୍ଦୁର ଲାଗି ହେବା ସହିତ ଶନିବାର ମାଁଙ୍କ ଅଳଙ୍କାର ସଫେଇ କାର୍ଯ୍ୟ ହେବ ବୋଲି ସମଲେଶ୍ୱରୀ ମନ୍ଦିରର ପୁଜକ ଅମ୍ବିକା ରାୟ କହିଛନ୍ତି।
ସକାଳୁ ଚାଷୀ ସୁବାଷ ଘରେ ପୁଜାର୍ଚ୍ଚନା ପରେ କ୍ଷେତକୁ ଯାଇ ପାରମ୍ପରିକ ରିତିନିତି ଅନୁଯାୟୀ କ୍ଷୀର, ଦୀପ, ଧୁପ ଆଦି ଲଗାଇ ପୁଜାର୍ଚ୍ଚନା ପରେ ମାଁ ସମଲେଶ୍ୱରୀଙ୍କ ପାଇଁ ପହିଲି ଫସଲର ଧାନ କାଟିବା ଆରମ୍ଭ କରିଥିଲେ ବୋଲି ସୁବାଷ କହିଛନ୍ତି। ସୁବାଷଙ୍କ ସୁଚନା ଅନୁଯାୟୀ, ପ୍ରତି ବର୍ଷ ନୁଆଁଖାଇର ପ୍ରାୟ ଏକ ସପ୍ତାହ ପୁର୍ବରୁ ପ୍ରଥମ ଅମଳ ଧାନ ମନ୍ଦିରକୁ ଭେଟି ଦିଆଯାଇଥାଏ, ତେବେ ଚଳିତ ବର୍ଷ ବିଳମ୍ବରେ ଧାନ ଅମଳ ହେବାରୁ ଚଳିତ ବର୍ଷ ଧାନ ଭେଟି ଦେବାରେ କିଛି ଦିନ ବିଳମ୍ବ ହୋଇଛି। ତେବେ ଚଳିତ ବର୍ଷ କରୋନା ସଙ୍କଟ ପାଇଁ ସବୁ କିଛି ଫିକା ରହିଥିବାବେଳେ ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ ନିଷେଧ କରାଯାଇଛି। ତେବେ ପାରମ୍ପରିକ ରିତିନିତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇ ବିଧିରକ୍ଷା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। ଏହା ସହିତ ନୂଆଁଖାଇ ଦିନ ସମସ୍ତ ନିତିବିଧି ଫେସବୁକ ଲାଇଭ ଜରିଆରେ ପ୍ରସାରିତ କରାଯିବ ଏବଂ ଭକ୍ତ ଅନଲାଇନ ମାଧ୍ୟମରେ ଘରୁ ଥାଇ ମାଁଙ୍କ ଦର୍ଶନ କରିପାରିବେ ବୋଲି ସଭାପତି ସଞ୍ଜୟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଣ୍ଡିତ ମହାସଭାର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୩ ତାରିଖ ପୂବାହ୍ନ ୯ଟା ୩୫ ରୁ ୯ଟା ୫୦ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ନିକଟରେ ନୂତନ ଉତ୍ପାଦିତ ଶସ୍ୟରୁ ନିର୍ମିତ ବସ୍ତୁ ଭୋଗ ଲାଗି ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories