www.samajalive.in
Sunday, December 7, 2025
26.1 C
Bhubaneswar

ମାଁ ସମଲେଶ୍ୱରୀଙ୍କ ଷୋଡଶ ପୂଜାରମ୍ଭ 

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ମଙ୍ଗଳବାର ଠାରୁ ମାଁଙ୍କ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି। ମାଁ ସମଲେଶ୍ୱରୀ ପୀଠରେ ଦଶହରା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଁଙ୍କୁ ୧୬ଟି ଜ୍ୟୋତି ରୂପେ ଷୋଡଶ ପୂଜା କରାଯିବ। ଏହାସହ ମାଁଙ୍କ ପୀଠରେ ଷୋଡଶ ଦିବସୀୟ ପୂଜାରମ୍ଭ ହୋଇଛି। ଏଥିସହ ମାଁଙ୍କ ପୀଠରେ ଶାରଦୀୟ ଦଶହରା ପୂଜା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ମାଁ ସମଲେଶ୍ୱରୀ ପୀଠରେ ହେବାକୁ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ପାରମ୍ପରିକ ପୂଜାର୍ଚ୍ଚନା ସହିତ ୨ ଅକ୍ଟୋବର ବୁଧବାର ଦିନ ମହାଳୟା ଅବସରରେ ମାଁଙ୍କର ଧବଳମୁଖୀ ବେଶ / ଗଙ୍ଗାଦର୍ଶନ ବେଶ ଅନୁଷ୍ଠିତ ହେବ। ୯ ଅକ୍ଟୋବରରେ ପୀଠରେ ମହାସପ୍ତମୀ ପୂଜା ସହିତ ତ୍ରିଦିନାତ୍ମକ ଦୀପ ପ୍ରଜ୍ୱଳନ କରାଯିବ। ୧୦ ଅକ୍ଟୋବର ଦିନରେ ମହାଷ୍ଟମୀ ପୂଜା ସହିତ ଭାଇ ଜିଉଁତିଆ ପର୍ବ ଏବଂ ମାଁ ସମଲେଶ୍ୱରୀଙ୍କ ଖଣ୍ଡା ଧୁଆ ହେବ। ୧୧ ଅକ୍ଟୋବରରେ ମହାନବମୀ ପୂଜା ସହିତ ମାଁ ସମଲେଶ୍ୱରୀଙ୍କ ଆଖଡା ନଗର ପରିକ୍ରମା କରିବ। ୧୨ ଅକ୍ଟୋବରରେ ପୀଠରେ ଦଶହରା ସହିତ ଦୀପ ବିସର୍ଜନ ଓ ଆଖଡାର ରଣଜିତା ଉତ୍ସବ ଅନୁଷ୍ଠିତ ହେବ। ୧୩ ଅକ୍ଟୋବରରେ କୁମାର ପୁର୍ଣ୍ଣିମାରେ ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ସହିତ ମନ୍ଦିରରେ ନୂତନ ଧ୍ୱଜା ଆରୋହଣ ଉତ୍ସବ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories