www.samajalive.in
Monday, December 15, 2025
24.1 C
Bhubaneswar

ଦୁଷ୍କର୍ମ ପରେ ଗର୍ଭପାତ କରାଇଥିଲେ ସମ୍ପାଦକ

ସମ୍ବଲପୁର : ସମ୍ବଲପୁର ନେତାଜୀ ନଗର ସ୍ଥିତ ‘ସମର୍ଥ’ ଅନୁଷ୍ଠାନରେ ରହୁଥିବା ମାନସିକ ରୋଗୀ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯିବା ଘଟଣାର ତଦନ୍ତ ସମୟରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ଜଣେ ମହିଳା ଅନ୍ତେବାସୀଙ୍କ ଅଭିଯୋଗ ଆଧାରରେ ବୁଧବାର ଉପଜିଲାପାଳଙ୍କ ଜରିଆରେ ଧନୁପାଲି ଥାନାରେ ମୂଳ ମାମଲା ସହ ଏକ ଦୁଷ୍କର୍ମ ମାମଲା ମଧ୍ୟ ଯୋଡ଼ି ହୋଇଯାଇଛି। ଆଶ୍ରମ ପରିଚାଳକ ତଥା ଏନଜିଓର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଜଣେ ଅନ୍ତେବାସିନୀଙ୍କୁ ଦୀର୍ଘ ଦିନ ହେଲା ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏପରିକି ୪ ମାସ ପରେ ତାଙ୍କର ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଏହି ମାମଲାରେ ସମ୍ପାଦକ ଶ୍ରୀ ଦାସଙ୍କ ପୁତ୍ର ଶୁଭ୍ରଜିତ ଦାସ ଓରଫ ଲକି ଏବଂ ଦେବଗଡ଼଼ ଜିଲା ନିବାସୀ କର୍ମଚାରୀ ସୁନୀଲ ବେହେରା ଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ମଙ୍ଗଳବାର ଶ୍ରୀ ଦାସ ଓ ସହାୟିକା ସ୍ୱାଗତିକା ପ୍ରଧାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିଲା। ଦୁଷ୍କର୍ମ ମାମଲା ଅଭିଯୋଗ ଅନୁସାରେ କେନ୍ଦ୍ରର ପରିଚାଳକ ଶ୍ରୀ ଦାସ ସମ୍ବଲପୁର ସହରାଞ୍ଚଳର ସମ୍ପୃକ୍ତ ଯୁବତୀଙ୍କୁ ଉଠାଇ ଆଣି ଏକ ପ୍ରକାର ବନ୍ଦୀ କରି ରଖିଥିଲେ। ଏହା ସହିତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ। ଏପରିକି ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ପ୍ରାୟ ୪ ମାସ ପରେ ପରିଚାଳକ ଏ ବାବଦରେ ଜାଣିବା ପରେ ଗର୍ଭପାତ କରିବାକୁ ଚାପ ଦେଇଥିଲେ। ଏନେଇ ଯୁବତୀ ଜଣଙ୍କ ମନା କରିବା ସହିତ ଏହାର ପ୍ରତି‌େ‌ରାଧ କରିବାରୁ ତାଙ୍କୁ ବଳପୂର୍ବକ ଗର୍ଭପାତ ଔଷଧ ଖୁଆଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ପୀଡ଼ିତା ଅନେକ ଥର ‘ସମର୍ଥ’ କେନ୍ଦ୍ରରୁ ବାହାରି ଯିବା ପାଇଁ ଚେଷ୍ଟା କରିଥିଲେ ହେଁ ସେଥିରେ ବିଫଳ ହୋଇଥିଲେ। ଗତକାଲି ପୁଲିସ ଆଇଜି ହିମାଂଶୁ ଲାଲ, ଭାରପ୍ରାପ୍ତ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି. ପରମାର ତଦନ୍ତ ପାଇଁ ଆସିଥିବା ବେଳେ ତାଙ୍କୁ ବଳପୂର୍ବକ ଉଠାଇ ନେଇ ବନ୍ଦୀ କରି ରଖାଯାଇଥିବା ସେ କହିଥିଲେ। ଧନୁପାଲି ଥାନା ପୁଲିସକୁ ଆଜି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏହା ସହିତ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରା କହିଛନ୍ତି ଯେ, ନିର୍ଯାତନା ମାମଲା ରୁଜୁ ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଦଳ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରୁଛନ୍ତି। ଏଥିସହ ଅନ୍ତେବାସୀଙ୍କ ମେଡିକାଲ ଯାଞ୍ଚ କରାଯିବାର ବ୍ୟବସ୍ଥା କରାଯାଉଛି। ତାଙ୍କ ମଧ୍ୟରୁ ଜଣେ ଅନ୍ତେବାସୀଙ୍କ ଅଭିଯୋଗକ୍ରମେ ଦୁଷ୍କର୍ମ ମାମଲା ଧନୁପାଲି ଥାନାରେ ରୁଜୁ କରାଯାଇଛି ବୋଲି ଅତିରିକ୍ତ ଏସପି କହିଛନ୍ତି। ଏ ସଂକ୍ରାନ୍ତରେ ସମ୍ବଲପୁର ଡିଏସଏସଓ ଥବୀର ମହାନନ୍ଦ କହିଛନ୍ତି ସମସ୍ତ ଅନ୍ତେବାସୀଙ୍କୁ ବୈଜାମୁଣ୍ଡା ସ୍ଥିତ ନବନିର୍ମିତ ସମନ୍ବିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ସେଠାରେ ସମସ୍ତ ଭିତ୍ତିଭୂମି ନିର୍ମାଣ ହେବା ସହ ଆସବାବପତ୍ର ମଧ୍ୟ ପ୍ରସ୍ତୁତ ଅଛି। ପରିଚାଳନା ଦାୟିତ୍ବ ଏକ ଅନୁଭବୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଦି‌େ‌ନ ଦୁଇ ଦିନ ମଧ୍ୟରେ ସମସ୍ତ ଅନ୍ତେବାସୀ ସରକାରୀ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଯିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ସମର୍ଥ ଅନୁଷ୍ଠାନରେ ଅନ୍ତେବାସୀମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଜିଲା ପ୍ରଶାସନ ପକ୍ଷରୁ ସଂସ୍ଥାରେ ଚଢ଼ଉ କରାଯାଇ ଯାଞ୍ଚ ପରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଇତିମଧ୍ୟରେ ସମ୍ପାଦକ ହରିଶ ଦାସ, ତାଙ୍କ ପୁଅ ଲକିଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ସଂସ୍ଥାର ପଞ୍ଜୀକରଣ ରଦ୍ଦ କରିବା ସହିତ କଳା ତାଲିକାଭୁକ୍ତ କରିବା ପାଇଁ ମଧ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବୋଲି ସମ୍ବଲପୁର ଜିଲାପାଳ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories