www.samajalive.in
Sunday, December 7, 2025
26.1 C
Bhubaneswar

ହିନ୍ଦୁ ରାଷ୍ଟ୍ରବାଦୀଙ୍କୁ ବିଚ୍ଛିନ୍ନତାବାଦୀ ଦର୍ଶାଇଲା ବ୍ରିଟେନ

ଲଣ୍ଡନ: ହିନ୍ଦୁ ରାଷ୍ଟ୍ରବାଦୀଙ୍କୁ ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇଛନ୍ତି ବ୍ରିଟେନ ସରକାର। ହିନ୍ଦୁ ରାଷ୍ଟ୍ରବାଦୀ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଦେଶ ପାଇଁ ବିପଜ୍ଜନକ ବୋଲି ବ୍ରିଟେନ ସରକାର ତାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବ୍ରିଟେନ ସରକାର ବିଚ୍ଛିନ୍ନତାବାଦୀ ଦମନ ସମ୍ପର୍କିତ ଏକ ରିପୋର୍ଟରେ ଭାରତ ଉପମହାଦେଶର ଦୁଇଟି ଗୋଷ୍ଠୀକୁ ବିପଜ୍ଜନକ ବୋଲି ଦର୍ଶାଯାଇଛି। ଏହି ଦୁଇଟି ଗୋଷ୍ଠୀ ହେଲା ଖଲିସ୍ତାନୀ ସପକ୍ଷବାଦୀ ଓ ହିନ୍ଦୁ ରାଷ୍ଟ୍ରବାଦୀ। ଅନ୍ୟପଟେ ବ୍ରିଟେନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟାପାର ମନ୍ତ୍ରୀ ଡାନ ଜାରଭିସ୍ ହାଉସ୍ ଅଫ୍ କମନ୍ସରେ ମଙ୍ଗଳବାର କହିଛନ୍ତି ଯେ ଥିଙ୍କଟ୍ୟାଙ୍କର କେଉଁ ପର‌୍ୟ୍ୟାୟ ରିପୋର୍ଟ ପ୍ରଘଟ ହୋଇଛି ତାହା ଜଣାପଡିନାହିଁ। ଏହି ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପିତ ହୋଇନାହିଁ। ତେଣୁ ଏହି ରିପୋର୍ଟ ସରକାରଙ୍କ ଆଭିମୁଖ୍ୟକୁ ପ୍ରତିପାଦିତ କରୁନାହିଁ। ବ୍ରିଟେନ ଗୃହ ବିଭାଗ ସଚିବ ଭେଟ୍ଟ କୁପର କହିଛନ୍ତି ଯେ ବିଚ୍ଛିିନ୍ନତାବାଦୀଙ୍କ ସମ୍ପର୍କରେ ନୀତି ନିଦ୍ଧାରଣ କରିବା ଲାଗି ଗତବର୍ଷ ଅଗଷ୍ଟରେ ଲେବର ପାର୍ଟି ସରକାର ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ରିପୋର୍ଟରେ ୯ ପ୍ରକାରର ବିଚ୍ଛନ୍ନତାବାଦୀଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories