www.samajalive.in
Saturday, December 6, 2025
17.1 C
Bhubaneswar

ସିରିଗିଡ଼ାରେ ଝାଡ଼ାବାନ୍ତି, ୩୦ ଆକ୍ରାନ୍ତ

ତାଳଚେର : ତାଳଚେର ସହର ନିକଟସ୍ଥ ସିରିଗିଡା ଗାଁରେ ଝାଡ଼ାବାନ୍ତି ରୋଗ ସଂକ୍ରାମକ ରୂପ ନେଇଛି। ଏହି ଗ୍ରାମର ୧୦ ପରିବାରର ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ସ୍ଥାନୀୟ ଗୋଡିବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାରିଜଣିଆ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରୀ ଦଳ ଓ ଜନସ୍ବାସ୍ଥ୍ୟ କର୍ମଚାରୀ ଗ୍ରାମରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରିବା ସହ ଗ୍ରାମର ଆଉ କିଛି ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ସହ ସଚେତନ କରିଛନ୍ତି। ଖବର ପାଇ ଗାଁରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି ସ୍ଥିତି ପରଖିବା ସହ ଆକ୍ରାନ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିପାରିବ ସେ ନେଇ ଆଲୋଚନା କରିଛନ୍ତି। କୂଅ ଓ ନଦୀରୁ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଦୂଷିତ କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ଆଶଙ୍କା କରାଯାଉଛି। ମୋଟ ୨୩ ଜଣ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଗୋଡ଼ିବନ୍ଧ ଓ ତାଳଚେର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ତାଳଚେର ଉପଖଣ୍ଡ ଚିକିତ୍ସା ଅଧିକାରୀ ଅରବିନ୍ଦ ନନ୍ଦୀ ସୂଚନା ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories