ଶ୍ରୀରାମଙ୍କ ଅକ୍ଷତ କଳସକୁ ସତ୍ୟବାଦୀରେ ସ୍ବାଗତ 

ସାକ୍ଷୀଗୋପାଳ : ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ଜାନୁୟାରୀ  ୨୨ ତାରିଖରେ ଅନୁଷ୍ଠିତ ହେବ । ଏହି ଉତ୍ସବର ଜନଜାଗରଣ ସୃଷ୍ଟି କରିବା ସହିତ ହିନ୍ଦୁ ଜନମାନସକୁ ନିମନ୍ତ୍ରଣ କରିବା ପାଇଁ ଅଯୋଧ୍ୟାରୁ ପୁରୀ ଆସିଥିବା ଅକ୍ଷତ କଳସ ଆଜି ସତ୍ୟବାଦୀ ଅଣାଯାଇଛି ।  ସାକ୍ଷୀଗୋପାଳ  ବସଷ୍ଟାଣ୍ଡ ଓଭରବ୍ରିଜ ଠାରୁ ସଙ୍ଗଠନର କର୍ମକର୍ତ୍ତା ମାନେ  ୨୪ ଅକ୍ଷତ କଳସକୁ ସତ୍ୟବାଦୀର ୨୪ ପଞ୍ଚାୟତକୁ ନେଇଥିଲେ ଓ ଅନ୍ୟ ଏକ କଳସକୁ କର୍ମକର୍ତ୍ତାମାନେ ଓଭରବ୍ରିଜ ଠାରୁ ସଂକୀର୍ତ୍ତନର ତାଳେ ତାଳେ  ଜୟ ଶ୍ରୀରାମ ଧ୍ୱନି ଦେଇ ସାକ୍ଷୀଗୋପାଳ ବଜାର ମଧ୍ୟଦେଇ ସାକ୍ଷୀଗୋପୀନାଥ ମନ୍ଦିର ନିକଟରେ ପହଞ୍ଚି ଥିଲେ। ମନ୍ଦିର ନିକଟରେ ଠାକୁରଙ୍କ ବରିଷ୍ଠ ସେବାୟତ କିଶୋର ମହାପାତ୍ର ଉକ୍ତ କଳସକୁ ଗ୍ରହଣ କରି ସାକ୍ଷୀଗୋପାଳଙ୍କୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ କରିବା ନିମନ୍ତେ ଉକ୍ତ କଳସ ଓ  ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଫଟୋଚିତ୍ର ସହ ଏକ ପିତ୍ତଳ  ଥାଳିରେ ଗୁଆ, ନଡ଼ିଆ , ପାନ ଓ ଅନ୍ୟ ସାମଗ୍ରୀ ସହିତ ନିମନ୍ତ୍ରଣ ପତ୍ର ରହିଥିଲା । ଏହାପରେ ଏହି ନିମନ୍ତ୍ରଣ ସତ୍ୟବାଦୀର ଦେବାଦେବୀଙ୍କୁ ଦିଆଯିବ ।
prayash
ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ମନ୍ଦିର ସ୍ଥାପନା କାର୍ଯ୍ୟକ୍ରମ ଥିବାରୁ ଉକ୍ତ ଦିନ  ଗ୍ରାମର ସମସ୍ତ ମନ୍ଦିରରେ  ଶ୍ରୀରାମ ଜୟ ରାମ ଜୟ ଜୟ ରାମ ବିଜୟ ମହାମନ୍ତ୍ର ସହ ସାମୁହିକ ଜପ  ସଂକୀର୍ତ୍ତନ କରାଯିବ। ସନ୍ଧ୍ୟାରେ ପ୍ରତି ଘର ଦୁଆରମୁହଁରେ ଦୀପ ଜାଳି ଦିପାବଳୀ ପାଳନ କରିବାକୁ ପୁରୀ ଜିଲାର ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ ଚିତ୍ତରଞ୍ଜନ ଆଚାର୍ଯ୍ୟ ନିବେଦନ  କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦର ବ୍ଲକ ସଭାପତି ଅମିନ ଚରଣ ପ୍ରଧାନ , ଉପସଭାପତି ବିଜୟ ସ୍ୱାଇଁ , ସମ୍ପାଦକ ଭାସ୍କର ନାୟକ , ସଭ୍ୟ ଗଙ୍ଗାଧର ଛାଟୋଇ , ବିପ୍ର ଚରଣ ସ୍ୱାଇଁ , ଉଗ୍ରସେନ ମହାପାତ୍ର , ରମେଶ ପଣ୍ଡା, କାର୍ତ୍ତିକ ପ୍ରଧାନ ଙ୍କ ସମେତ ସମସ୍ତ  କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।

Comments are closed.