ଜିଲା ଜଜ୍ଙ୍କ ଅସ୍ଥାୟୀ କୋର୍ଟ କାର୍ଯ୍ୟାଳୟ ପରିଦର୍ଶନ
ସାକ୍ଷୀଗୋପାଳ: ସତ୍ୟବାଦୀରେ ଜେଏମଏଫସି କୋର୍ଟ ଖୋଲିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଅଛି । ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପେଣ୍ଠପଡା କଲ୍ୟାଣ ମଣ୍ଡପ ସଭାଗୃହ ପରିସରରେ ଏହି କୋର୍ଟ ବର୍ତ୍ତମାନ ଅସ୍ଥାୟୀ ଭାବରେ କାର୍ଯ୍ୟ ଆରମ୍ଭ କରିବ। ଜିଲା ଜଜ ଅଜନ୍ତା ଷଡ଼ଙ୍ଗୀ, ରେଜିଷ୍ଟ୍ରାର ନିଖିଳ ଭରତ ମହାନ୍ତି, କୋର୍ଟ ମ୍ୟାନେଜର ମଳୟ କୁମାର ଗିରି, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ,ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଲିପ୍ସା ରାୟ ପ୍ରମୁଖ ଏହି ଅସ୍ଥାୟୀ କୋର୍ଟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ନୂତନ କୋର୍ଟ କାର୍ଯ୍ୟାଳୟ ନିମନ୍ତେ ସ୍ଥିରୀକୃତ ୩ ଏକର ଜମି ମଧ୍ୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଆଇନଜୀବୀ ଅମ୍ବିକା ଶଙ୍କର ମହାପାତ୍ର, ସୁଶାନ୍ତ କୁମାର ରଥ, ପ୍ରଭାକର ମିଶ୍ର, ସନ୍ତୋଷ ବେହେରା ଓ ଅଜିତ କୁମାର ଚୌଧୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ
Comments are closed.