mission shakti banner

ସାବିତ୍ରୀଙ୍କ ପାଇଁ ପ୍ରାଣ ହାରିଲେ ସତ୍ୟବାନ୍

BSKY banner  750×100
0

ସମ୍ବଲପୁର: ସାବିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଆଜି ସତ୍ୟବାନଙ୍କୁ ପ୍ରାଣ ହରାଇବାକୁ ପଡିଛି । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର କମିଶନର କଲୋନିରେ ଘଟିଛି । ମୃତକ ଜଣଙ୍କ ହେଲେ ଉତ୍ତରାଞ୍ଚଳ ରାଜସ୍ବ କାର୍ଯ୍ୟାଳୟରେ କାର୍ଯ୍ୟରତ ବୃନ୍ଦାବନ ପ୍ରଧାନ ।

ସୂଚନାଯୋଗ୍ୟ, ଆଜି ସାବିତ୍ରୀ ଓଷା ପାଇଁ ଛୁଟି ନେଇ ଘରେ ଥିଲେ ବୃନ୍ଦାବନ ପ୍ରଧାନ । ଘରୋଇ ସହାୟିକା ଯାଜ୍ଞସେନୀ ଲୁଗା ଶୁଖାଉଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ରକ୍ଷା କରିବାକୁ ଆସି ବୃନ୍ଦାବନଙ୍କ ସ୍ତ୍ରୀ ସରୋଜୀନିଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହି ସମୟରେ ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଆସି ବୃନ୍ଦାବନଙ୍କ ମୃତ୍ୟୁ ଘଟିଛି । ଘରୋଇ ସହାୟିକା ଓ ବୃନ୍ଦାବନଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply