ଅସରାଏ ବର୍ଷା ହେଲେ ସଭାଗୃହରେ ପାଣି ଭର୍ତ୍ତି
ଝୁମ୍ପୁରା : ଝୁମ୍ପୁରା ବ୍ଲକ ବଡଡୁମୁରିଆ ଉଚ୍ଚ ବିଦ୍ୟାଳୟକୁ ସରକାର ତରଫରୁ ୫-ଟିରେ ସାମିଲ କରି ଏହି ବିଦ୍ୟାଳୟର ରୁପାନ୍ତରୀକରଣ କରିଛନ୍ତି । ବିଦ୍ୟାଳୟ ରୂପାନ୍ତରୀକରଣ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ । ବିଦ୍ୟାଳୟ ପରିସର ମଧ୍ୟରେ ଏକ ସଭା କରିବା ପାଇଁ ଗୃହ ନିର୍ମାଣ କରାଯାଇଛି । କିନ୍ତୁ ଏହି ଗୃହକୁ ସଠିକ ଭାବରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିର୍ମାଣ କରିନଥିବାରୁ ଅସରାଏ ବର୍ଷା ହେଲେ ସଭା ଘୃହର ଛଉଣୀରୁ ପାଣି ଗଳି ପାଣି ଭର୍ତ୍ତି ହୋଇଯାଉଛି ସଭା ଗୃହ । ସଭା ଗୃହର ଛାଉଣୀକୁ ଠିକ୍ ଭାବରେ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଲେ ନାହିଁ ନା ଜାଣି ଶୁଣି ନିମ୍ନ ମାନର ଛଉଣୀ ଲଗାଇଥିବାରୁ ପାଣି ଗଳିଯାଉଛି । ସଭାଗୃହ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ସଭାଗୃହରେ ଲାଗିଥିବା ଟାଇଲ ଗୁଡିକର ବିଭିନ୍ନ ସ୍ଥାନରେ ଟାଇଲ ଫାଟି ଯିବା ସହିତ କିଛି ସ୍ଥାନରେ ଟାଇଲ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସଭାଗୃହ କାର୍ଯ୍ୟ କରିଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଠିକ୍ ଭାବରେ ସଭାଗୃହର ଛପର ପୁଣିଥରେ କରିବା ଦିଗରେ ବ୍ଲକ ପ୍ରଶାସନ ସ୍ୱତନ୍ତ ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।
Comments are closed.