ପାନାମା ବନ୍ଦରରୁ ଆସିଥିବା ଏକ କଣ୍ଟେନରରୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ୩ ଶହ କିଲୋଗ୍ରାମରୁ ଅଧିକ କୋକେନ ଜବତ କରିଛନ୍ତି। ଜବତ କୋକେନର ମୂଲ୍ୟ ଆନ୍ତର୍ଜାତିକ ବଜାର ୨ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇବା ପରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଏହି ଜବତ କରିଛନ୍ତି। କଲମ୍ବୋ ବନ୍ଦର ଦେଇ ପାନାମା ବନ୍ଦରରୁ ଆସିଥିବା ଏହି କଣ୍ଟେନରରେ କାଠ ଥିବା କାଗଜପତ୍ରରେ ଦର୍ଶାଯାଇଥିବା ବେଳେ ସେଥିରୁ କୋକେନ ବାହାରିଥିଲା।
ନିର୍ଦ୍ଦେଶାଳୟର ଅଧିକାରୀମାନେ କଣ୍ଟେନର ମଧ୍ୟରେ ଥିବା ସାମଗ୍ରୀ ଯାଞ୍ଚ ସମୟରେ କାଠ ଖଣ୍ଡ ମଧ୍ୟରେ ୯ଟି ବ୍ୟାଗରେ କୋକେନଗୁଡିକୁ ଏକାଧିକ ପ୍ୟାକିଂ କରାଯାଇଥିବା ଜଣାପଡିଥିଲା। ସେଥିରେ ୩୦୨ଟି କୋକେନ ଖଣ୍ଡ ବାହାରିଥିଲା। ପରେ ନିର୍ଦ୍ଦେଶାଳୟ ସେଗୁଡିକୁ ଜବତ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।



