BJD Bijuli 480×75 Mob

ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ବିରୋଧ, ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ଜିଲାପାଳଙ୍କ ଦ୍ୱାରସ୍ଥ

BJD Bijuli 480×75 Mob

କେନ୍ଦୁଝରଗଡ଼: ସଦର ତହସିଲ ପଳାଶପଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ସରାସକୋଲା ଗ୍ରାମ ପାଇଁ ମଞ୍ଜୁର ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ନିମନ୍ତେ ଚଳିତମାସ ୧ ତାରିଖ ପଳାଶପଙ୍ଗା ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଆଦେଶ ଦିଆ ଯାଇଥିଲା। ଆଦେଶ ପରେ ଉକ୍ତ ଜମିରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ସମୟରେ ଗ୍ରାମର ନିର୍ଦ୍ଦଷ୍ଟ ୩/୪ଜଣ ବ୍ୟକ୍ତି ଏହାକୁ ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।

ଫଳରେ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହେବାସହ ଗ୍ରାକମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ନିମିତ୍ତ ଉଦ୍ଦିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ ଅନିଶ୍ଚିତତା ଦେଇ ଗତି କରୁଛି। ଗ୍ରାମବାସୀଘଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚିହ୍ନଟ ଉକ୍ତ ଜମିରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ମାଣ କାର୍ଯ୍ୟରେ ବାଧା ପହଞ୍ଚାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିକି ନାଏକ, ତ୍ରିବେଣୀ ନାଏକ, ଯଶୋଦା ସେଠୀ ଓ ସୁଜାତା ଗିରି ପ୍ରମୁଖ ସରାସକୋଲା ଗ୍ରାମର ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟା ଶନିବାର ଜିଲାପାଳଙ୍କୁ ଭେଟି ଗୁହାରୀ କରିଛନ୍ତି।

Comments are closed.