BJD Bijuli 480×75 Mob

କେନ୍ଦୁଝରରେ ଲୋକସଭାଓ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ

BJD Bijuli 480×75 Mob

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଶନିବାର କେନ୍ଦୁଝର ଲୋକସଭା ଆସନ ସମେତ ପାଟଣା ଓ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ସ୍ଥାନୀୟ କାଳୀପଡିଆରୁ ଆଦିମ ଜନଜାତିଙ୍କ ପାରମ୍ପରିକ ନୃତ୍ୟବାଦ୍ୟ ତାଳେତାଳେ ସମସ୍ତ ପ୍ରାର୍ଥୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାଏକ ଦଳୀୟ ନେତାଙ୍କ ଉପସ୍ଥିତିରେ ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଲୋକସଭା ପ୍ରାର୍ଥୀ ଭାବେ ନିଜର ନାମାନଙ୍କନପତ୍ର ଦାଖଲ କରିଥିଲେ।

ପୂର୍ବତନ ବିଧାୟକ ହୃଷିକେଶ ନାଏକ ନିଜ ସମର୍ଥକଙ୍କ ଗହଣରେ ଆସି ଅତିରିକ୍ତ ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପାଟଣା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିଭଳି ଯୁବ ସାମ୍ବାଦିକ ନିର୍ମଳ କୁମାର ନାଏକ ତାଙ୍କର ସମର୍ଥକଙ୍କ ସହିତ ଆସି କେନ୍ଦୁଝର ଉପଜିଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲାପାଳ ତଥା ତେଲକୋଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତେଲକୋଇ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ।

ଜିଲା କଂଗ୍ରେସ ସଭାପତି ମୋହନ ପରିଡାଙ୍କ ନେତୃତ୍ୱରେ କେନ୍ଦୁଝର ଲୋକସଭା ପ୍ରଚାର କମିଟି ମୁଖ୍ୟ ତଥା ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଜୟଦେବ ଜେନା, କେନ୍ଦୁଝର ସଦର ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ, ପୂର୍ବତନ ବିଧାୟକ ଇଂ ସୁବର୍ଣ୍ଣ ନାଏକ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁଶ୍ରୀ ସଙ୍ଗୀତା ସିଂହ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଛାତ୍ର କଂଗ୍ରେସ ସଭାପତି ଶୁଭମ୍‌‌ ରାଜ, କଂଗ୍ରେସ ନେତ୍ରୀ ସବିତା ସାହୁ, କଂଗ୍ରେସ ନେତା ଉତ୍ତମ କୁମାର ସାହୁ, ଶତୃଘ୍ନ ସିଂହ, ଯଦୁମଣି ବାରିକଙ୍କ ସମେତ ବହୁ ନେତା ଓ କର୍ମୀ ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଖ୍ୟ ପ୍ରସଙ୍ଗ ସହ କଂଗ୍ରେସ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ କଂଗ୍ରେସ ଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଜେନା ଏହି ଅବସରରେ କହିଛନ୍ତି।
ନବନିର୍ମାଣ କୃଷକ ସଙ୍ଗଠନ ସମର୍ଥୀତ ସଦର ଓ ପାଟଣା ବିଧାନସଭା ପ୍ରାର୍ଥୀପତ୍ର ଦାଖଲ
ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶନିବାର କେନ୍ଦୁଝର ସଦର ଓ ପାଟଣା ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇଛି। ନବନିର୍ମାଣ କୃଷକ ସଙ୍ଗଠନର ଜିଲା ନେତା ଖଗେଶ୍ୱର ମହାନ୍ତ, ସ୍ମୃତିରଞ୍ଜନ ମହାନ୍ତ, ଦିବାକର ପାତ୍ର, ମାଧୁରୀ ମହାନ୍ତ, ସରସ୍ୱତୀ ମୁନ୍ଦୁୟା, ଯତୀନ୍ଦ୍ର ମହାନ୍ତ, ମକରଧ୍ୱଜ ମହାନ୍ତ, ଭୁବନେଶ୍ୱର ପାତ୍ର, ଜୟରାମ ବାଙ୍କିରା, ସୁମନରାଜ ମୁନ୍ଦୁୟା, ଅକ୍ଷୟ କୁମାର ମହାନ୍ତ, ଜଗବନ୍ଧୁ ମହାନ୍ତଙ୍କ ନେତୃତ୍ୱରେ ମୋଚିଗାଁ ଠାରୁ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟବାଦ୍ୟ ତାଳେତାଳେ ଶୋଭାଯାତ୍ରାରେ ପାଟଣା ଓ କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ଟ୍ରାକ୍ଟର ଯୋଗେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ଏହାପରେ ପାଟଣା ବିଧା୍‌‌ନସଭା ଆସନ ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ସମର୍ଥୀିତ ସ୍ୱାଧିନ ପ୍ରାର୍ଥୀ ଭାବେ ଦୀପକ କୁମାର ନାଏକ ଅତିରିକ୍ତ ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିଭଳି କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ଜୀବନ ସିଂ ମୁଣ୍ଡା ନବନିର୍ମାଣ କୃଷକ ସଙ୍ଗଠନ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ କେନ୍ଦୁଝର ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଘଙ୍କ ନିକଟରେ ନିଜ ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଚାଷଜମିକୁ ଜଳସେଚନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୩୪୦୦ଟଙ୍କା, ଚାଷୀ ପରିବାରକୁ ସର୍ବନିମ୍ନ ପ୍ରୋତ୍ସାହନ ଭତ୍ତା ୫ହଜାର ଟଙ୍କା ପ୍ରଦାନ, ପ୍ରତି ବ୍ଲକରେ ଶୀତଳଭଣ୍ଡାର ପ୍ରତିଷ୍ଠା, ପାନୀୟଜଳ ଯୋଗାଣ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଆଦି ମୌଳିକ ସମସ୍ୟାର ସମାଧାନ ଦାବିରେ ଲୋକଙ୍କ ପାଖକୁ ଯିବୁ ବୋଲି କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ଜୀବନ ସିଂ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ ଅବସରରେ ଏହା କହିଛନ୍ତି।

Comments are closed.