BJD Bijuli 480×75 Mob

ପରିବାର ସହାୟକ ଗୋଷ୍ଠୀ ବୈଠକ ଅନୁଷ୍ଠିତ

BJD Bijuli 480×75 Mob

ଫୁଲବାଣୀ: ସାମ୍ପ୍ରତିକ ସମୟରେ ମାନସିକ ଅସୁସ୍ଥତା ଭୟଙ୍କର ଭାବେ ସମାଜରେ ବ୍ୟାପୁଥିବା ବେଳେ ଏଥିପାଇଁ ଗୋଷ୍ଠୀଗତ ଓ ପାରିବାରିକ ସ୍ତରରେ ବିଶେଷ ସଚେତନତା ସୃଷ୍ଟି ହୋଇପାରିନାହିଁ। ମାନସିକ ଅସୁସ୍ଥତାକୁ ନେଇ ଅନେକ ପାରମ୍ପରିକ ଓ ଗୁଣିଗାରେଡି ପ୍ରଥା ରହି ଆସିଥିବା ବେଳେ ମାନସିକ ଅସୁସ୍ଥ ବ୍ୟକ୍ତିମାନେ ପ୍ରକୃତ ଯତ୍ନ ଓ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ବାଙ୍ଗାଲୋରସ୍ଥିତ ବେସିକ୍ ନିଡ୍ ଇଣ୍ଡିଆ ସହଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ୍‌ର ୩୦ ଗୋଟି ପଞ୍ଚାୟତରେ ମାନସିକ ଅସୁସ୍ଥଙ୍କ ଚିକିତ୍ସା ଓ ଜୀବନଜୀବିକା କାର୍ଯ୍ୟକ୍ରମ ଚାଲୁଅଛି। ମାନସିକ ଅସୁସ୍ଥ ମାନଙ୍କ ଯତ୍ନ ଓ ଚିକିତ୍ସା ପାଇଁ କିପରି ଗୋଷ୍ଠୀ ସହଭାଗୀତା ବଢି ପାରିବ ସେ ସମ୍ପର୍କରେ ଦଡକି ଠାରେ ପରିବାର ସହାୟକ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଛି।

Comments are closed.