ବହୁମୁଖୀ ତଦନ୍ତ ଉପକରଣ ଉଦ୍ଭାବନ କଲେ ଯୁବ ଇଞ୍ଜିନିୟର ଆଶିଷ

ରେଙ୍ଗାଲି: ରୋବୋଟିକ୍ ନର୍ସ, ସ୍ମାର୍ଟ ଗମଲା, ସ୍ମାର୍ଟ ହେଲମେଟ୍, ସ୍ମାର୍ଟ ଲକ୍, ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍ ଉଦ୍ଭାବନ କରି ଚର୍ଚ୍ଚିତ ହୋଇଥିବା ରେଙ୍ଗାଲି ନୂଆଁ ରମ୍ପେଲାର ଯୁବ ଇଞ୍ଜିନିୟର ଆଶିଷ ମାହାଣା ଏବେ ବହୁମୁଖୀ ତଦନ୍ତ ଉପକରଣ(multi purpose investigative divice tool) ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏହି ଉପକରଣ ରେଲଓ୍ବେ ପୁଲିସ ଓ ପୁଲିସ ବାହିନୀର ତଦନ୍ତକୁ ସହଜ କରିବାରେ ସହାୟକ ହେବ ବୋଲି ଇଞ୍ଜିନିୟର ଆଶିଷ କହିଛନ୍ତି। ଫାଇବର୍ ଷ୍ଟିକ୍, କ୍ୟାମେରା, ଏଲଇଡି ଲାଇଟ୍ ଏବଂ ମନିଟରରେ ତିଆରି ଏହି ଯନ୍ତ୍ର ୱାଟର ପ୍ରୁଫ୍। ଯେ କୌଣସି ଅପହଞ୍ଚ ଅସୁବିଧାଜନକ ସ୍ଥାନରେ ଲୁଚାଯାଇଥିବା ଜିନିଷର ସନ୍ଧାନ କରିବାରେ ଏହି ଉପକରଣ ସକ୍ଷମ। ଟ୍ରେନ୍‌ର ବର୍ଥ ସିଟ୍ ତଳେ ହେଉ କି କୌଣସି ପାଣି ଟାଙ୍କି ଭିତରେ ଇଞ୍ଜିନର ସନ୍ଧିରେ ଲୁଚାଯାଇ ଜିନିଷ ଖୋଜିବାରେ ଏହି ଉପକରଣ ପୁଲିସ ପାଇଁ ସହାୟକ ହେବ। ଏଥିରେ ଭିଡିଓ, ଅଡିଓ ରେକର୍ଡିଂର ସୁବିଧା ଥିବାରୁ ପ୍ରମାଣ ଉପସ୍ଥାପନ ପାଇଁ ଆଇନ୍ ଅଦାଲତରେ ଉପଯୋଗୀ ହୋଇପାରିବ। ଉପକରଣରେ ଲାଗିଥିବା ଷ୍ଟିକ୍‌କୁ ସୁବିଧା ଅନୁସାରେ ଛୋଟ ବଡ଼ କରିହେବ। ୱାଟର୍ ପ୍ରୁଫ୍ ହୋଇଥିବାରୁ ପାଣିରେ ବୁଡ଼ି ରହିଥିବା ଜିନିଷର ସନ୍ଧାନ କରିବାରେ ଅତି ସହଜ ହେବ ବୋଲି ଇଞ୍ଜିନିୟର ମାହାଣା ମତ ବ୍ୟକ୍ତ କରି ମାତ୍ର ୩ ହଜାର ଟଙ୍କାରେ ଏହି ଉପକରଣ ଉପଲବ୍ଧ ହୋଇପାରିବ ବୋଲି କହିଛନ୍ତି। ଏହି ଉପକରଣ ରେଲଓ୍ବେ ପୁଲିସର ଯାଞ୍ଚ ତଥା ତଦନ୍ତ ପାଇଁ ବେଶୀ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

kalyan agarbati

Comments are closed.