‘ନାଗ ଏମକେ’ ୨ ମିସାଇଲର ସଫଳ ପରୀକ୍ଷଣ

ପୋଖରଣ : ଭାରତ ଲଗାତର ନିଜ ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ଏହା ମଧ୍ୟରେ ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସନର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍-ଫରଗେଟ୍ ଗାଇଡେଡ୍ ମିସାଇଲ(ଏଟିଜିଏମ୍) ନାଗ ଏମକେ ୨ର ସଫଳତାପୂର୍ବକ ପରୀକ୍ଷଣ କରିଛି । ରାଜସ୍ଥାନର ଜୈସଲମୈର ଜିଲାର ପୋଖରଣରେ ଫାୟାରିଂ ରେଞ୍ଜରେ କରାଯାଇଛି । ନାଗ ମିସାଇଲ କ୍ୟାରିୟର ଭର୍ସନ-୨ର ମଧ୍ୟ ଫିଲ୍ଡ ପରୀକ୍ଷଣ କରାଯାଇଛି । ପ୍ରତି ଥର ଏହି ମିସାଇଲରେ କିଛି ନୂଆ ଯୋଡାଯାଏ ଯାହା ପରେ ଏହାର ପରୀକ୍ଷଣ କରାଯାଏ । ପୂର୍ବରୁ ୨୦୧୭, ୨୦୧୮, ୨୦୧୯, ୨୦୨୦ ଓ ୨୦୨୩ ଓ ୨୦୨୪ରେ ଅଲଗା ଅଲଗା ଉପାୟରେ ନାଗ ମିସାଇଲର ପରୀକ୍ଷଣ କରାଯାଇଛି ଏବଂ ସମସ୍ତ ପରୀକ୍ଷଣ ସଫଳ ମଧ୍ୟ ହୋଇଛି ।

kalyan agarbati

Comments are closed.