www.samajalive.in
Saturday, December 6, 2025
26.1 C
Bhubaneswar

ମର୍ମନ୍ତୁଦ ;ସଫେଇ କର୍ମଚାରୀଙ୍କ ଉପରେ ମାଡିଗଲା ପିକ୍‌ଅପ୍‌, ୬ ମୃତ, ରାସ୍ତାରେ ପଡିଛି ଖଣ୍ଡ ବିଖଣ୍ଡ ମୃତଦେହ

ନୂଆଦିଲ୍ଲୀ : ନୁହ୍‌ ଜିଲା ଥାନା ଫିରୋଜପୁର ଝିରକା ସୀମା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସୱେରେ ଶନିବାର ସକାଳେ ମର୍ମନ୍ତୁଦ, ହୃଦୟବିଦାରକ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ସଫେଇ କର୍ମଚାରୀଙ୍କ ମୃତଦେହ ଖଣ୍ଡ ବିଖଣ୍ଡ ହୋଇ ଯାଇଛି । ଇବ୍ରାହିମବାସ୍‌ ଗାଁ ନିକଟରେ ଦ୍ରୁତ ଗତିରେ ଥିବା ପିକ୍‌ଅପ୍‌ ଭ୍ୟାନ୍‌ ସଫେଇ କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା।
ପୂର୍ବାହ୍ନ ୧୦ଟା ସମୟରେ ହୋଇଥିବା ଏହି ଦୁର୍ଘଟଣାରେ ୧୦ ଜଣ କର୍ମଚାରୀ ଏକ୍ସପ୍ରେସୱେରେ ସଫେଇ କାର୍ଯ୍ୟ କରୁଥିଲେ । ହଠାତ୍‌ ଦ୍ରୁତ ଗତିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଆସି ଏମାନଙ୍କୁ ଖୁବ୍‌ ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ମାତ୍ରେ ଖୁବ୍‌ ଜୋରରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏକାଠି ହୋଇ ପ୍ରଥମେ ପୁଲିସକୁ ଖବର ଦେଇଥିଲେ । ଗୁରୁତର ଆହତଙ୍କୁ ହସ୍ପିଟାଲ ନେବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ମୃତକଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି । ପିକ୍‌ଅପ୍‌ ଚାଳକ ନାଁରେ ମାମଲା ରୁଜୁ ସହ ପୁଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି ।

ଦେଖନ୍ତୁ ଭିଡିଓ; ଗଛ ଉପରେ ହୋଇଛି କାର୍‌ ପାର୍କିଂ..

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories