www.samajalive.in
Thursday, December 11, 2025
16.1 C
Bhubaneswar

ୱେଭ୍ସ ଶିଖର ସମ୍ମିଳନୀ ପାଇଁ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ୱେଭ୍ସ ଶିଖର ସମ୍ମିଳନୀର ବ୍ୟାପକ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେଲେ ପିଆଇବି ଏଡିଜି ଅଖିଳ କୁମାର ମିଶ୍ର

ଡେସ୍କ: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି କଟକ ଆକାଶବାଣୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ – ୨୦୨୫ (ୱେଭ୍ସ) ପାଇଁ ପ୍ରଚାର ରଣନୀତିକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପିଆଇବି ଏଡିଜି ଶ୍ରୀ ମିଶ୍ର କହିଥିଲେ, ପ୍ରଥମ ଥର ପାଇଁ ୱେଭ୍ସ ଭଳି ସମ୍ମିଳନୀ ଭାରତରେ ଆୟୋଜନ କରାଯାଉଛି। ଏଥିରେ ବିଶ୍ୱ ଗଣମାଧ୍ୟମ, ମନୋରଞ୍ଜନ, ଚଳଚ୍ଚିତ୍ର, ଏଭିଜିସି କ୍ଷେତ୍ରର ପେସାଦାର ଓ ଶିଳ୍ପୋଦ୍ୟୋଗୀମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହା ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସୃଜନଶୀଳ ପ୍ରତିଭା, ନିର୍ମାତା ଏବଂ ଉଦ୍ୟୋଗୀମାନଙ୍କୁ ଏକ ଅଭିନବ ସୁଯୋଗ ଯୋଗାଇ ଦେବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କାର୍ଯ୍ୟକ୍ରମରେ ମତ ରଖି କହିଥିଲେ, ୱେଭ୍ସ ଶିଖର ସମ୍ମିଳନୀ ଭାରତର ସାଂସ୍କୃତିକ ବିବିଧତା ଏବଂ ସୃଜନଶୀଳ ପ୍ରତିଭାକୁ ବିଶ୍ୱ ସ୍ତରରେ ଉପସ୍ଥାପନ କରିବା ନିମନ୍ତେ ସୁଯୋଗ ଆଣିଛି। ଭାରତ ବିଶ୍ୱ ସ୍ତରରେ ଦର୍ଶକଙ୍କ ପାଇଁ ଅଧିକ ଗୁଣାତ୍ମକ ବିଷୟବସ୍ତୁ ପ୍ରସ୍ତୁତ କରି ଏକ ‘ସଫ୍ଟ ପାୱାର’ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବ।

ସେହିପରି ଟାଟା ପାୱାରର କର୍ପୋରେଟ୍‌ ଯୋଗାଯୋଗ ବିଭାଗ ମୁଖ୍ୟ ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର ୱେଭ୍ସ ଭଳି କାର୍ଯ୍ୟକ୍ରମର ପ୍ରଚାରପ୍ରସାର ନିମନ୍ତେ ସ୍ୱତନ୍ତ୍ର ରଣନୀତି ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଆକାଶବାଣୀ କଟକ ସମାଚାର ବିଭାଗର ଉପନିର୍ଦ୍ଦେଶକ ଏସ.ଏନ. ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମାଚାର ସମ୍ପାଦକ ଇତିଶ୍ରୀ ସିଂ ରାଠୋର୍‌ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆକାଶବାଣୀର ସହାୟକ ନିର୍ଦ୍ଦେଶକ (ସମାଚାର) ତପନ କୁମାର ମହାରଣା, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, କଟକ ଆକାଶବାଣୀର ସୁନୀତା ମହାପାତ୍ର, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମାଚାର ପ୍ରଭାଗ ମୁଖ୍ୟ ତଥା ଉପନିର୍ଦ୍ଦେଶକ ଅଭିଷେକ ମିଶ୍ରା, କାର୍ଯ୍ୟକ୍ରମ ପ୍ରଭାଗ ମୁଖ୍ୟ ପ୍ରଦୀପ୍ତ କୁମାର ବେହେରା, ବିଏସଏନଏଲ ଅତିରିକ୍ତ ମହାପ୍ରବନ୍ଧକ ପଦ୍ମାବତୀ ବାସ୍କେ, ଭୁବନେଶ୍ୱର ଆଇଆଇଟିର ଲୋକସମ୍ପର୍କ ଅଧିକାରୀ ଧରିତ୍ରୀ ଶତପଥୀ, କଟକ ଡିଏଫଓ ଅତିରିକ୍ତ ନିର୍ଦ୍ଦେଶକ ଜଗଦୀଶ ସାହୁ, ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରଫେସର ତଥା ମୁଖ୍ୟ ଡକ୍ଟର ଲକ୍ଷ୍ମୀଧର ବେହେରା, କଟକ ଜିଲ୍ଲା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିରାମ ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ନେତାଜୀ ଅଭିନନ୍ଦନ, କେଭିଆଇସିର ନିର୍ଦ୍ଦେଶକ ସୁବାସ ଛେତ୍ରୀ ଏବଂ ଅତିରିକ୍ତ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories