www.samajalive.in
Monday, December 8, 2025
13.1 C
Bhubaneswar

ଡ. କସ୍ତୁରୀରଙ୍ଗନଙ୍କ ପରଲୋକ, ପ୍ରଥମ ଚନ୍ଦ୍ର ଅଭିଯାନର ନେଇଥିଲେ ନେତୃତ୍ଵ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଡ. କେ. କନ୍ତୁରୀରଙ୍ଗନଙ୍କ ପରଲୋକ ଘଟିଛି। ଦେଶର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ର ନେତୃତ୍ଵ ନେଇ ତାହାକୁ ସଫଳ କରିବା ପଛରେ କସ୍ତୁରୀରଙ୍ଗନ ବଡ଼ ଅବଦାନ ରହିଥିଲା। ୮୪ ବର୍ଷ ବୟସରେ ଶୁକ୍ରବାର ବେଙ୍ଗାଲୁରୁରେ ତାଙ୍କର ମୃତ୍ୟୁ ଘଟିଛି।

ଡ. କସ୍ତୁରୀରଙ୍ଗନ ୧୯୪୦ ଅକ୍ଟୋବର ୨୪ରେ ଏର୍ଣ୍ଣାକୁଲମରେ ଜନ୍ମଗ୍ରହଣ କରିଥିଲେ। ସେ ବହୁ ପ୍ରତିଭାର ଅଧିକାରୀ ଥିଲେ। ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ସଂସଦକୁ ମଧ୍ୟ ସେ ନିର୍ବାଚିତ ହୋଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ଅନେକ କମିଟି ଗଠନ ହୋଇଛି। କସ୍ତୁରୀରଙ୍ଗନ କମିଟି ୨୦୨୦ ନୂତନ ଶିକ୍ଷା ନୀତିକୁ ପ୍ରସ୍ତୁତ କରିଥିଲା। ଶିକ୍ଷା ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବା ଲାଗି କସ୍ତୁରୀରଙ୍ଗନଙ୍କ କମିଟି ପ୍ରସ୍ତାବ ଦେଇଥିଲା।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories