www.samajalive.in
Monday, December 8, 2025
14.1 C
Bhubaneswar

ବାଲେଶ୍ଵରରେ ଏନଆଇଏ ଟିମ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ। ଏନଆଇଏର ୩ ଜଣିଆ ଟିମ୍ ବାଲେଶ୍ଵର ଜିଲା ଇଶାଣୀ ଗ୍ରାମରେ ପହଞ୍ଚିଛନ୍ତି। ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ନିଜ ପତ୍ନୀ, ପୁଅଙ୍କ ସହିତ ପ୍ରଶାନ୍ତ ପହଲଗାଓଁରେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ ଇଶାଣୀରେ ପହଞ୍ଚିଛି। ଟିମ୍ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିବ। ଘଟଣା ସମୟରେ କିପରି ଦୃଶ୍ୟପଟ ଥିଲା ତାହାର ଯାଞ୍ଚ କରିବେ ଅଧିକାରୀମାନେ। ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ପହଲଗାଓଁରେ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଛୁଟି କାଟିବାକୁ ଯାଇଥିବା ସମୟରେ ଆତଙ୍କବାଦୀମାନେ ଗୁଳି କରି ୨୬ ଜଣଙ୍କୁ ହତ୍ୟା। କରିଥିଲେ। ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ପଚାରି ଜଣ ଜଣ କରି ଗୁଳି କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories