ଏପ୍ରିଲ ୨୯ରୁ ଜୁନ୍ ୨୭ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ

ପୁରୀ : ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଏପ୍ରିଲ ୨୯ରୁ ଜୁନ୍ ୨୭ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ । ଏନେଇ ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଏପ୍ରିଲ ୨୯ରୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ଆଦି ମହାପ୍ରଭୁଙ୍କର ବିଭିନ୍ନ ନୀତି ସମ୍ପନ୍ନ ହେବ । ତେଣୁ ଏହି ସମୟରେ ମରାମତି କାମ ବନ୍ଦ ରହିବ । ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିବ ।
ଆଉ ଅଳ୍ପ ଦିନ.. ଶନିଙ୍କ ଓଲଟା ଚଳନ ସହ ବୃହସ୍ପତି ଚଳନ; ଏହି ରାଶି କିଣିବେ ନୂଆ ଘର,ଭୂମି, ବଢିବ ଦରମା, ହେବେ ଧନୀ..
ପହଲଗାମ୍ ଆକ୍ରମଣ ପରେ ଆଉ ଏକ ଆକ୍ରମଣର ଆଶଙ୍କା; ସତର୍କ କଲା ଗୁଇନ୍ଦା ସଂସ୍ଥା
Comments are closed.