www.samajalive.in
Saturday, December 6, 2025
15.1 C
Bhubaneswar

୭ ଦଫା ଦାବୀ ନେଇ ଗର୍ଜିଲା ପାଚକ, ପାଚିକା ମହାସଂଘ 

ନାକଟିଦେଉଳ :  ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘ ର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଶାଖା ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା କରାଯିବା  ସହ ୭ ଦଫା ଦାବୀ ସମ୍ପର୍କିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି ।  ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମହାସଂଘ ର ରାଜ୍ୟ ସମ୍ପାଦିକା ଦୀପାଞ୍ଜଳି ଯାଦବଙ୍କ ନେତୃତ୍ୱରେ ଆଜି ସକାଳ ୯ଟା ସମୟରେ ବ୍ଲକର ଶତାଧିକ ପାଚକ ଓ ପାଚିକା ନାକଟିଦେଉଳ ଶିବ ମନ୍ଦିର ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଜଗନ୍ନାଥ ପ୍ରସାଦ ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ରାଜ୍ୟ ମୁଖ୍ୟ ସଂଯୋଜକ ନିରଞ୍ଜନ ପାତ୍ର ଓ ପ୍ରଦୀପ ନାଏକ ଯୋଗଦେଇ ରାଜ୍ୟ ସରକାରଙ୍କ ପାଚକ ପାଚିକା ମାରଣ ନୀତି କୁ ତୀବ୍ର ସମାଲୋଚନା କରି ସଂଘର ଦାବୀ ଗୁଡିକୁ ସରକାର ଶୀଘ୍ର ପୂରଣ କରିବାକୁ ଦାବୀ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories