www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ବାହାରିଲେ ୫୫୦ ବାଂଲାଦେଶୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ଜଣେ କି ଦୁଇଜଣ ନୁହନ୍ତି, ୫୫୦ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କଲା ପ୍ରଶାସନ। ଏହା ହେଉଛି ଗୁଜରାଟର ଅବସ୍ଥା।

ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ି ପଳାଇବାକୁ ନିର୍ଦେଶ ଦିଆଯାଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସ୍ଵଦେଶ ଫେରାଇବା ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ପରେ ସବୁ ରାଜ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି। ତେବେ ଗୁଜରାଟରେ ପାକିସ୍ତାନୀଙ୍କୁ ଖୋଜିବା ସମୟରେ ବହୁ ସଂଖ୍ୟକ ବାଂଲାଦେଶୀଙ୍କୁ ଠାବ କରାଯାଇଛି। ରାଜ୍ୟରେ ୫୫୦ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କରିଛି ପ୍ରଶାସନ। ବେଆଇନ ଭାବେ ଏମାନେ ରହୁଥିବାରୁ ପ୍ରଶାସନ ସେମାନଙ୍କୁ ଅଟକ ରଖିଛି। ଏସଓଜି, କ୍ରାଇମବ୍ରାଞ୍ଚ, ମାନବଚାଲାଣ ନିରୋଧୀ ଶାଖା, ସ୍ଥାନୀୟ ପୁଲିସ ସହାୟତାରେ ଗୁଜରାଟ ପୁଲିସ ପକ୍ଷରୁ ଏହି ଚିହ୍ନଟ ପ୍ରକ୍ରିୟା କରାଯାଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories