BJD Bijuli 480×75 Mob

ଆଠଗଡ ଆସନ ପାଇଁ ସମୃଦ୍ଧ ଓଡିଶା ଓ ସ୍ଵାଧୀନ ପ୍ରାର୍ଥୀଙ୍କ ନାମାଙ୍କନ

BJD Bijuli 480×75 Mob

ଆଠଗଡ: ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ଆଠଗଡରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଚାଲିଥିବା ନାମାଙ୍କନ ପ୍ରକ୍ରିୟାର ୫ମ ଦିନରେ ୮୯ ଆଠଗଡ ନିର୍ବାଚନ ମଣ୍ଡଳୀ ପାଇଁ ସମୃଦ୍ଧ ଓଡିଶାର ପ୍ରାର୍ଥୀ ଦିବ୍ୟସିଂହ ମିଶ୍ର ଓ ୮୭ ବଡମ୍ବା ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ଯୁଗଳ କିଶୋର ରାଉତ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନିକଟରେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଠଗଡ ପାଇଁ ୧୧ ଓ ବଡମ୍ବା ଆସନ ପାଇଁ ୧୩ ଜଣ ଅମାନତ ଜମା କରି ନାମାଙ୍କନ ଫର୍ମ ଶନିବାର ସୁଦ୍ଧା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଉଭୟ ଆସନରେ ୫ ଜଣ ଲେଖାଁଏ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି। ସୋମବାର ଶେଷ ଦିନ ହୋଇଥିବାରୁ ସେଦିନ ଅମାନତ ଜମା କରିଥିବା ବାକି ଆଠଗଡର ୬ ଜଣ ଓ ବଡମ୍ବାର ୮ ଜଣ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିବେ। ଆଠଗଡ କଂଗ୍ରେସ ପ୍ରାର୍ଥୀ ମେହେବୁବ ଅହମ୍ମଦ ଖାଁ ତାଙ୍କର ଦଳୀୟ ଟିକେଟ ଫେରସ୍ତ କରିବାର ୫ ଦିନ ବିତିଗଲାଣି। ତେବେ କଂଗ୍ରେସ ଦଳ ଏ ପର୍ଯ୍ୟନ୍ତ ଆଠଗଡ ପାଇଁ ତାର ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ଦଳର ନେତା ଓ କର୍ମୀ ଦ୍ୱନ୍ଦରେ ରହିଛନ୍ତି।

Comments are closed.