ସ୍ବାସ୍ଥ୍ୟ ନିମନ୍ତେ ସର୍ବୋତ୍ତମ ରୁଟି

0

କୁହାଯାଏ ପର୍ସିଆ, ଆଫଗାନିସ୍ତାନରେ ହିଁ ପ୍ରଥମେ ରୁଟିର ମୂଳଦୁଆ ପଡ଼ିଥିଲା। ବିଶେଷଜ୍ଞ ଦଳ ଏବେ ପର୍ଯ୍ୟନ୍ତ ଦ୍ବନ୍ଦ୍ବରେ ଅଛନ୍ତି ଯେ ପ୍ରକୃତରେ ରୁଟିର ଉତ୍ପତ୍ତି କେଉଁଠାରୁ ହୋଇଥିଲା? ଆଜିକାଲି ବିଶ୍ବର ଯେ କୌଣସି ପ୍ରାନ୍ତକୁ ଗଲେ ମଧ୍ୟ ରୁଟି ମିଳିବା ଏକ ସାଧାରଣ ବ୍ୟାପାର। ବିଦେଶୀ ରାଷ୍ଟ୍ରରେ ରୁଟି, ଭାରତୀୟ ଖାଦ୍ୟର ପରିଚୟ ପାଇଛି।
ରେସ୍ତୋରାଁ ଓ ହୋଟେଲରେ ଏବେ ବିିଭନ୍ନ ପ୍ରକାର ଓ ସ୍ବାଦର ରୁଟି ମିଳୁଛି। ତେବେ କେଉଁ ପ୍ରକାର ରୁଟି ସ୍ବାସ୍ଥ୍ୟ ପାଇଁ ଉତ୍ତମ, ଏ ସଂକ୍ରାନ୍ତରେ ଖାଦ୍ୟ ବିଶେଷଜ୍ଞ ସବିଶେଷ ତଥ୍ୟ ପ୍ରକାଶ କରିଛନ୍ତି।
ଗହମ ରୁଟି ପ୍ରାୟ ପ୍ରତ୍ୟେକଙ୍କ ଘରେ ପ୍ରସ୍ତୁତ ହୋଇଥାଏ। ଏହି ଅଟାରେ ଫଲିକ୍ ଏସିଡ୍, ଭିଟାମିନ୍ ଇ, ଭିଟାମିନ୍ ବି-୬, ମାଙ୍ଗାନିଜ୍, ଜିଙ୍କ୍ ଆଦି ପୋଷକତତ୍ତ୍ବ ଥିବାରୁ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଏହା ସହ ଗହମ ଅଟା ପ୍ରସ୍ତୁତ ରୁଟି ଖାଇଲେ ତାହା ଶୀଘ୍ର ହଜମ ହୋଇଥାଏ।
କାଶ୍ମୀର ଓ ରାଜସ୍ଥାନ ରାଜପରିବାରରେ ବେସନ ଅଟା ରୁଟି ଖିଆଯାଉଥିବାର ପ୍ରକାଶ। ଲୌହ, ପୋଟାସିୟମ୍, ଫସଫରସ୍, ବି-୬ ଭରପୂର ଥିବା ଏଇ ଅଟା ତ୍ବଚା ପାଇଁ ଏକ ଉତ୍ତମ ଖୋରାକ୍। ନିୟମିତ ଏହି ଅଟାର ରୁଟି ଖାଇଲେ ରଙ୍ଗ ସଫା ହେବା ସହ ବ୍ରଣ ଆଦି ହୋଇନଥାଏ।

prayash


ବାଜରା ରୁଟି ଅଧିକାଂଶ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। କାରଣ ଏହା ସାମାନ୍ୟ ଟାଣ। ତେବେ ହୃଦ୍‌ରୋଗୀଙ୍କ ନିମନ୍ତେ ଏହି ରୁଟି ଏକପ୍ରକାର ଔଷଧ ବୋଲି ବିଶେଷଜ୍ଞଙ୍କ ମତ। ବାଜରା ଅଟାରେ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଶରୀରର କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣ କରେ।
ସୋୟାବିନ୍ ଅଟାର ରୁଟି ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ। ମହିଳାମାନେ ନିୟମିତ ଏହାକୁ ଖାଇବା ଉଚିତ। କାରଣ ସେମାନଙ୍କ ଋତୁସ୍ରାବଜନିତ ସମସ୍ୟାକୁ ଏହା ଖାଇଲେ ଦୂର ହୋଇଥାଏ। ତେବେ ଅଧିକମାତ୍ରାରେ ପ୍ରୋଟିନ୍ ଥିବା ଏଇ ଅଟାକୁ ଥାଇରଏଡ୍ ରୋଗୀ ଡାକ୍ତରଙ୍କ ପରାମର୍ଶରେ ଖାଇବା ଉଚିତ।
ଏବେ ବଜାରରେ ରାଗି ଅଟାର ଚାହିଦା ମଧ୍ୟ ଖୁବ୍ ରହିଛି। ରାଗିରେ ଥିବା କ୍ୟାଲସିୟମ୍, ଲୌହ, ନାୟାସିନ୍, ଥାୟାମିନ୍ ଥିବାରୁ ତାହା ଓଜନକୁ ନିୟନ୍ତ୍ରଣରେ ରଖିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

kalyan agarbati
Leave A Reply