www.samajalive.in
Sunday, December 7, 2025
26.1 C
Bhubaneswar

ମାଓ ଇଲାକାରେ ବାଲିଗୁଡା ବିଧାୟକଙ୍କ ଶିଳାନ୍ୟାସ

ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ବାଲିଗୁଡା ବିଧାୟକଙ୍କ ଦ୍ୱାରା ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାଶ କରାଯାଇଛି। ମାଓ ଅଧ୍ୟୁଷିତ ଝିରିପାଣି ପଞ୍ଚାୟତରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଝିରିପାଣିରୁ କଳାହାଣ୍ଡି ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସୋମବାର ଶୁଭ ଉଦଘାଟନ କରିଛନ୍ତି।। ଗ୍ରାମ୍ୟ ଉନ୍ନୟନ ବିଭାଗର ୬କି.ମି ରାସ୍ତାକୁ ୩,୪୪ କୋଟି ଟଙ୍କାର ରାସ୍ତା ନିର୍ମାଣ କାମ କରାଯିବ। ଦୀର୍ଘ ଦିନର ଲୋକଙ୍କ ସ୍ୱପ୍ନ ସାକାର ହେବ। ଅନେକ ଲୋକଙ୍କ ମୁହଁରେ ଫୁଟିଛି ହସ। ଏହି ରାସ୍ତା ଉପରେ କଳାହାଣ୍ଡି ଏବଂ କନ୍ଧମାଳର ବାଣିଜ୍ୟ କାରବାର ଉପରେ ଅଧିକ ଉନ୍ନତି ହେବ ବୋଲି ଆଶା କରାଯାଇଛି। ଏନେଇ ଅତି ଶିଘ୍ର କାର୍ଯ୍ୟ ଆରମ୍ଭ ହେବବୋଲି ଗ୍ରାମ ଉନ୍ନୟନ ବିଭାଗର ର୍ନିବାହି ଯନ୍ତ୍ରୀ ଏସ୍‍ . ସୁବ୍ରମନ୍ୟୁ କହିଛନ୍ତି।

ଦୀର୍ଘ ଦିନ ହେଲା ଝିରିପାଣି ପଂଚାୟତର ଲୋକେ ଏବଂ ତୁମୁଡ଼ିବନ୍ଧ ଅଂଚଳବାସୀ କଳାହାଣ୍ଡି ଝିରିପାଣି ରାସ୍ତା ନିର୍ମାଣ ପାଇଁ ତୁମୁଡ଼ିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ଦାବି ଉପସ୍ଥାପନ କରିଥିଲେ। ତେବେ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ଏବଂ ଆଶା ବିଧାୟକଙ୍କ ମାଧ୍ୟମରେ ପୁରଣ ହେବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରମ୍ୟ ଉନ୍ନୟନ ସଂସ୍ଥାର ର୍ନିବାହି ଯନ୍ତ୍ରୀ ଏସ୍‍ . ସୁବ୍ରମନ୍ୟୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ତୁମୁଡ଼ିବନ୍ଧ ଚ୍ୟାରମେନ ପ୍ରକାସ ଚନ୍ଦ୍ର ପାତ୍ର, ତୁମୁଡ଼ିବନ୍ଧ ବିଧାୟକ ପ୍ରତିନିଧି ଶ୍ୟାମଶୁନ୍ଦର ବଡସେଠ୍‍, କୁନା ଦଣ୍ଡସେନା, ତୁମୁଡ଼ିବନ୍ଧ ପଂଚାୟତ ସଭାପତି ଯିଶାୟ ମଣ୍ଡଳ, ଗଙ୍ଗା ମିଶ୍ର, ଅମିୟ ପରାସେଠ, ରୁଧିର ଦିଗାଲ, ଝିରିପାଣି ପଂଚାୟତର କିଶୋର ମାଝଙ୍କ ସମେତ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମକୁ ସତର୍କତା ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ମାଓ ଅଧ୍ୟୁଷିତ ଅଂଚଳରେ ବିଧାୟକଙ୍କ ଉପସ୍ଥିତିକୁ ଅଂଚଳବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories