www.samajalive.in
Sunday, December 7, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୨ଶିଶୁ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ, ପ୍ରଶାସନର ହସ୍ତକ୍ଷେପ ପରେ ଉଠାଗଲା

ନବରଙ୍ଗପୁର: ଚନ୍ଦାହାଣ୍ଡି ସଡକ ଦୁର୍ଘଟଣାରେ ୨ ଶିଶୁ ମୃତ ଘଟଣାରେ ଆଜି ନୂଆ ମୋଡ ନେଇଛି। ଆଜି ଆଉ ଜଣେ ମୃତ ଶିଶୁର ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁର ମୃତଦେହକୁ କଂଗ୍ରେସ ନେତା କ୍ଷମରାଜ ବାଘ, ସନ୍ତୋଷ ପଟ୍ଟନାୟକ, ହୁମେଶ୍ବର ହଂସ, କେଦାର ପୂଜାରୀ ପ୍ରମୁଖ ଶତାଧିକ ଲୋକ ପ୍ରାୟ ଅଢ଼େଇ କିଲୋମିଟର ବୋହି ଆଣି ଚନ୍ଦାହାଣ୍ଡି ବସଷ୍ଟାଣ୍ଡ ନିକଟରେ ମୁଖ୍ୟ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରାଯାଇଛି। କ୍ଷତିପୁରଣ ନମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି। ରାସ୍ତା ଉପରେ ଶବ ରଖିବା ଫଳରେ ରାସ୍ତାର ଉଭୟ ପାଶ୍ବରରେ ଗାଡି ମୋଟର ଅଟକି ରହିଛି।

ପ୍ରକାଶ ଥାଉକି, ଗତ କାଲି ଜଣେ ମୃତ ଶିଶୁର ମୃତଦେହ ଗାଁରେ ପହଞ୍ଚିବା ପରେ ତାଙ୍କ ଘର ଆଗରେ ରଖି ଗ୍ରାମବାସୀ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଉପରୁ ମୃତଦେହକୁ ଉଠାଇଥିଲେ। ତେବେ ଜିଲ୍ଲାପାଳଙ୍କ ସହ ଫୋନରେ ଆଲୋଚନା ପରେ ମୃତକ ପରିବାରକୁ ତିନି ଲକ୍ଷ ଟଙ୍କା ପନ୍ଦର ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ତହସିଲଦାର ହୃଦାନନ୍ଦ ସିଂ ମାଝୀ ଲିଖିତ ଭାବେ ଦେବା ପରେ ଆନ୍ଦୋଳନରୁ ଓହରିଥିଲେ । ଯଦି ପନ୍ଦର ଦିନ ମଧ୍ୟରେ କ୍ଷତି ପୂରଣ ନଦେଲେ ପୁନର୍ବାର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କଂଗ୍ରେସ ନେତା କ୍ଷେମରାଜ ବାଘ ଚେତାବନୀ ଦେଇଛନ୍ତି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories