www.samajalive.in
Monday, December 15, 2025
16.1 C
Bhubaneswar

ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ସମିତିର ସପ୍ତମ ସାଧାରଣ ବୈଠକ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଅଧ୍ୟକ୍ଷା ରିତା ସାହୁଙ୍କ ନିର୍ଦ୍ଦେଶ କ୍ରମେ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବରେ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ଏ ଇ ଗୋପୀନାଥ କlଲୋ, ଜି ପି ଓ ଯୋଗେନ୍ଦ୍ର ବେହେରା ମଂଚାସୀନ ଥିବା ବେଳେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ୨୪ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ଜିଲ୍ଲା ପରିଷଦ, ଜଳ ଯୋଗାଣ ପରିମଳ ବିଭାଗୀୟ ଅଧିକାରୀ, ଉଠା ଜଳ ସେଚନ ବିଭାଗୀୟ ଅଧିକାରୀ, ସମନ୍ୱିତ ଶିଶୁ ବିଭାଗ ଅଧିକାରୀ, ମତ୍ସ୍ୟ ଓ ପଶୁ ଚିକିତ୍ସା ଅଧିକାରୀ, କୃଷି ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୈଠକରେ ମୁଖ୍ୟତଃ ପଞ୍ଚାୟତ ଗୁଡ଼ିକର ବିକାଶ ଉପରେ ଆଲୋଚନାକୁ ଗୁରୁତ୍ଵ ଦିଆଯାଇଥିଲା। ସମସ୍ତ କର୍ମକର୍ତ୍ତା ତଥା ସରପଞ୍ଚ ଓ ସମିତି ସଭ୍ୟସଭ୍ୟାମାନଙ୍କ ମିଳିତ ଉଦ୍ୟାନ ଓ ସହଯୋଗରେ ବିକାଶ ହେଉଛି ଏବଂ ହେଇ ଚାଲିଥିବା ବୋଲି ବିଧାୟିକା କହିଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟୋପ, ପଲସାପାଳି, ଖଲଖଲି ଟିକ୍ରା, ବିମାନ ଟିକ୍ରା, ସିଂହପାଲି ଆଦି ଗାଆଁର ନାଲିଆମାନଙ୍କର ପୋଲ ନିର୍ମାଣ କାମ ଶେଷ ହେବା ସହ ବାକିତକ ପୋଲ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଥିବା ବିଧାୟିକା ଦର୍ଶାଇଥିଲେ। ଏହା ବ୍ୟତୀତ ଦେବାହାଲରୁ ଜହ୍ନାପଡା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେବା ପାଇଁ ଆହ୍ବାନ ଜଣାଇଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସରକାରଙ୍କ ଠାରୁ ଆସୁଥିବା ବିକାଶମୂଳକ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସର୍ବୋପରି ଉନ୍ନତି ପଥରେ ପଞ୍ଚାୟତମାନଙ୍କୁ ସୁଦୃଢ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories