www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଚେସ ମହିଳା ଓ ପୁରୁଷ ଦଳର ଛତିଶଗଡ଼ ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ମହିଳା ଓ ପୁରୁଷ ଚେସ ଦଳ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି। ଏହି ଦଳ ଛତିଶଗଡ଼ ସ୍ଥିତ ଜିନ୍ଦଲ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୨୦ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅନ୍ତଃ ବିଶ୍ଵବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଆଦିବାସୀ କଲେଜ୍ ବାଲିଗୁଡାରୁ ସୁରେନ୍ଦ୍ର ପାତ୍ର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗରୁ ବିଭୁତି ଭୁଷଣ ପରିଡ଼ା, ବିଶ୍ବଭୂଷଣ ସାହୁ, ପ୍ରତୀକଶ୍ୟା ସୁପକର, ସୁନନ୍ଦା ସାହୁ, ବ୍ରହ୍ମପୁର ଖଲ୍ଲିକୋଟ କଲେଜରୁ ପ୍ରଣବନନ୍ଦ ନାୟକ, ପ୍ରିୟଙ୍କା ପାଣିଗ୍ରାହି, ବ୍ରହ୍ମପୁର ସିଟି କଲେଜରୁ ଅମୀୟ ରଥ ବେହେରା, ବ୍ରହ୍ମପୁର ଇମ୍ପିରୀୟଲ କଲେଜରୁ ସ୍ୱର୍ଣିକା ପୁରୋହିତ, ଦିଗପହଣ୍ଡି ଖେମୁଣ୍ଡି କଲେଜରୁ କଳ୍ପନା ମହାପାତ୍ର, ମ୍ୟାନେଜର ଭାବେ ରବି ନାରାୟଣ ପାଢ଼ୀ, ପିଇଟି ଋଷୀମାଳ ମହାବିଦ୍ୟାଳୟ ଭଂଜନଗର, କୋଚ ଭାବେ ବ୍ରହ୍ମପୁରର ବି.ପି.ପୁରୋହିତ ସାମିଲ ହୋଇ ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କ୍ରୀଡା ପରିଷଦ ର ସମ୍ପାଦକ ଡ଼ଃ.ଶେଷଦେବ ପାତ୍ର, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ରାଜେଶ ମହାନ୍ତି, ରାମ ନାରାୟଣ ସାହୁ, ପ୍ରଦୀପ୍ତ ପଟନାୟକ, ବିକ୍ରମ ପରିଡ଼ା ଓ ଏସ.କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories