www.samajalive.in
Sunday, December 7, 2025
23.1 C
Bhubaneswar

ମିଶନ ଶକ୍ତି ମହିଳାଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ଦେଲା ପୁଲିସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ପୁଲିସ ପକ୍ଷରୁ ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସଭା କକ୍ଷରେ ମିଶନ ଶକ୍ତି ଅଧୀନରେ ଥିବା ୨୪ ଟି ପଞ୍ଚାୟତର ଏମବିକେ, ବ୍ୟାଙ୍କ୍ ମିତ୍ର, କମିଟି ରିସୋର୍ସ ପର୍ସନ, ଜିପିଏଲଏଫ୍, ଓ ବିଏଲଏଫର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବା ସହ ଅନଲାଇନ ଠକାମୀ ଠାରୁ ଦୁରେଇ ରହିବା, କୌଣସି ଏଟିଏମରୁ କୌଣସି ବ୍ୟକ୍ତି ଟଙ୍କା କାଢି ଯିବା ସମୟରେ ଏଟିଏମ୍ କାଉଣ୍ଟର ଭିତରେ ଥିବା ଅଜଣା ବ୍ୟକ୍ତି ତଥା ନିଜ ଏଟିଏମକାର୍ଡକୁ ନ ଦେବା, କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବା, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କ ରହିବା, ଆର୍ଥିକ କାରବାର ସମୟରେ ସତର୍କ, ନିଯୁକ୍ତିରୁ ଠକେଇ, ଲୋନ୍ ଆପରୁ ଠକେଇ, ମାଟ୍ରିମୋନିଆଲ ଉପରେ ସାବଧାନ, ଅଜଣା କଲ୍ ସିମ୍ ସ୍କାଫରୁ ଦୂରେଇ ପ୍ରଭୃତିରୁ ସାଇବରକୁ ନେଇ ନିଜେ ନିଜ ପରିବାର ତଥା ସମ୍ପର୍କୀୟ ମାନଙ୍କୁ ସବୁ ଉପରେ ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆମେ ନିଜେ ଠକେଇ ହେବା ସେଥିପାଇଁ ପୋଲିସ ପକ୍ଷରୁ ସଚେତନର ଏକ ବଡ ପଦକ୍ଷେପ ନିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମେହେର, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ଅଧ୍ୟକ୍ଷ ବନମାଳୀ ବରିହା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ଏଏସଆଇ ଲଳିତ ନାଗ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅତାବିରା ପୁଲିସ ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ଏଏସଆଇ ବୈଠାରୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories