www.samajalive.in
Wednesday, November 19, 2025
29.1 C
Bhubaneswar

ରେଙ୍ଗାଲି ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଦାବିପତ୍ର ପ୍ରଦାନ 

ରେଙ୍ଗାଲି : ସମ୍ବଲପୁର ଜ଼ିଲ୍ଲା ସଦର ମହକୁମା ଠାରୁ ମାତ୍ର  ୩୦ କିଲୋମିଟର ଦୂରରେ ଥିବା  ରେଙ୍ଗାଲି  ଓଡିଶାର ଶିଳ୍ପ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ଏହି ବ୍ଲକ ରେ ଶିଳ୍ପାୟନ ଜନିତ ବିକାଶ ସନ୍ତୋଷଜନକ ଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡା ଆଦି ର ବିକାଶ ସନ୍ତୋଷଜନକ ନୁହେଁ। ରେଙ୍ଗାଲି ବ୍ଲକ ଆଦିବାସୀ ହରିଜନ ଓ ପଛୁଆବର୍ଗ ବହୁଳ  ବ୍ଲକ ଅଟେ।ଏହି ପରିପ୍ରେକ୍ଷ ରେଙ୍ଗାଲିର ସାମଗ୍ରୀକ ବିକାଶ ପାଇଁ ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେବା’ର ଅଧକ୍ଷ ଡ଼. ଅମର ତାଣ୍ଡିଆ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ  ସମ୍ବଲପୁର ପାନ୍ଥ ନିବାସ ଠାରେ ଭେଟି  ଦାବିପତ୍ର ପ୍ରଦାନ କରିଛନ୍ତି।
ରେଙ୍ଗାଲିରେ ଟି. ଆର. ଡବ୍ଲୁ ଅଧୀନରେ ଏକ ବିଦ୍ୟାଳୟ ଖୋଲିବା, ରେଙ୍ଗାଲି ପିଏଚସି କୁ ସିଏଚସି ଘୋଷଣା କରିବା, କ୍ରୀଡାର ବିକାଶ ପାଇଁ ଏକ ମିନି ଷ୍ଟାଡିଅମ କରିବା ଏବଂ ରେଙ୍ଗାଲି ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା କରିବା କୁ ଡ.ତାଣ୍ଡିଆ ଦାବି କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ସମୟରେ “ସେବା” ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର,ମାନ ଭଞ୍ଜନ ପସାୟତ, ପ୍ରତୀକ ପଣ୍ଡା, ରାହୁଲ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ...

Related Articles

Popular Categories