ରେଙ୍ଗାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ
ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲିରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ରମଣୀ କାନ୍ତ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଙ୍ଗାଲି ତହସିଲଦାର ଲୋପାମୁଦ୍ରା ସାମଲ ମୁଖ୍ୟ ଅତିଥି ଏବଂ ସୁରଜ୍ ମଲ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା ମୁଖ୍ଯବକ୍ତା ରୂପେ ଯୋଗ ଦେଇଥିଲେ।
ବିଦ୍ୟାଳୟ ପରିଚାଳନା ଓ ଉନ୍ନତି କରଣ ସମିତିର ସଭ୍ୟ ଵିନୋଦ ବିହାରୀ ନନ୍ଦ ଅଭିଭାବକ ଶିକ୍ଷକ ସଂଘ ସଭାପତି ରମେଶ ମାହଣା, ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ଗହିର ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ସାମଲ ପିଲାମାନଙ୍କୁ ସଂସ୍କାରି ହେବା ପାଇଁ ପରାମର୍ଶ ଦେଇଥିବା ବେଳେ ମୁୁଖ୍ୟବକ୍ତା ଡ.ପଣ୍ଡା ନିଜ ଭିତରେ ଥିବା ସ୍ଵତନ୍ତ୍ରତାକୁ ଚିହ୍ନି ଆଗକୁ ବଢ଼ି ସଫଳତା ହାସଲ କରିବା ସହ କଠୋର ପରିଶ୍ରମ କରି ବାପମାଆଙ୍କ ସ୍ବପ୍ନକୁ ସାକାର କରି ଆଦର୍ଶ ମଣିଷ ହେବା ପାଇଁ ପିଲମାନଙ୍କୁ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ବିଦ୍ୟାଳୟରେ ହୋଇ ଥିବା ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଏହା ସହିତ ସିବିଏସଇ ବୋର୍ଡ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରୀ ଚଞ୍ଚଳ ଖମାରୀ ଓ ଓଡ଼ିଆ ବିଷୟରେ ୧୦୦ ନମ୍ବର ରଖିଥବାରୁ ଛାତ୍ରୀ ପ୍ରମିତା ଭୋଇଙ୍କୁ ସମ୍ମାନୀତ କରାଯିବା ସହ ଛାତ୍ର ଅମନ୍ ଶର୍ମା ଙ୍କୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ବିଦ୍ୟାର୍ଥୀ ସମ୍ମାନ ପ୍ରଦାନ କରା ଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା। ଦେଶାତ୍ମକ ବୋଧକ ନୃତ୍ୟ ଏବଂ “ଏକ ଭାରତ ଶ୍ରେଷ୍ଠ ଭାରତ” ଉପରେ ପ୍ରସ୍ତୁତ ହୋଇ ଥିବା କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସସୀମା ବାରିକ ଏବଂ ରଞ୍ଜିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିକ୍ଷୟିତ୍ରୀ ସ୍ମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ
Comments are closed.