www.samajalive.in
Sunday, December 7, 2025
14.1 C
Bhubaneswar

ଆଦିତ୍ୟ ଆଲୁମିନିୟମ ପ୍ରଭାବିତ ରାସ୍ତାର ଦୁରବସ୍ଥା

ରେଙ୍ଗାଲି: ସମ୍ବଲପୁର ଜିଲାର ଲପଙ୍ଗାରେ ପ୍ରତିଷ୍ଠିତ ଆଦିତ୍ୟ ଆଲୁମିନିୟମ କାରଖାନା ଯୋଗୁଁ ପ୍ରତ୍ୟକ୍ଷ ଭାବରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇଥିବା ବମାଲୋଇ ପଞ୍ଚାୟତ ଅଞ୍ଚଳର ମୁଖ୍ୟ ରାସ୍ତା ବର୍ଷାଧିକ କାଳ ହେଲା ଖାଲଖମାରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ କମ୍ପାନୀ ଏହାର ମରାମତି କରୁନାହିଁ। ଫଳରେ ଜନସାଧାରଣ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାରିପାର୍ଶ୍ଵିକ ଉନ୍ନୟନ ପାଣ୍ଠିରୁ କାରଖାନା କ୍ଷତିଗ୍ରସ୍ତ ଓ ପ୍ରଭାବିତ ଅଞ୍ଚଳର ଭିତ୍ତିଭୂମିର ବିକାଶ କରିବା ପାଇଁ ନିୟମ ଥିବା ସହ କମ୍ପାନୀର ଏହା ନୈତିକ ଦାୟିତ୍ବ ହୋଇଥିଲେ ମଧ୍ୟ କମ୍ପାନୀ ନିୟମ ଓ ନୈତିକ ଦାୟିତ୍ବକୁ ଅଣଦେଖା କରୁଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବମାଲୋଇ ପଞ୍ଚାୟତର ଡର୍ରୋପାଣି ହାଇସ୍କୁଲ ଛକରୁ ତିଲେଇମାଲ ଏବଂ ବମାଲୋଇ ଗାଁରୁ ଲପଙ୍ଗା ରେଲବାଇ ଲେଭଲ୍ କ୍ରସିଂ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ରାସ୍ତାର ଅନେକ ସ୍ଥାନ ଫାଟି ଆଁ କରିଥିବା ଓ ବିଭିନ୍ନ ସ୍ଥାନ ଦବି ଯାଇଥିବା ଦେଖିବାକୁ ମିଳିଛି। ଉପରୋକ୍ତ ଅଞ୍ଚଳ ରାସ୍ତାର ଅଧିକାଂଶ ଅଂଶର ସିମେଣ୍ଟ ଉଠି ଯାଇଥିବାରୁ ଗମନାଗମନରେ ବ୍ୟାଘାତ ସୃଷ୍ଟି ହେଉଛି। ଅଞ୍ଚଳର ଜମି ଜଙ୍ଗଲ ପାଣି ଅଧିଗ୍ରହଣ କରି କାରଖାନା ସ୍ଥାପନ କରି ଅଜସ୍ର ଟଙ୍କା ମୁନାଫା କରୁଥିବା କମ୍ପାନୀ ଜନସାଧାରଣଙ୍କ ଗମନାଗମନ ପାଇଁ ଥିବା ରାସ୍ତାର ଉନ୍ନତିକରଣ ପ୍ରତି ଉଦାସୀନ ରହିବା ପରିତାପର ବିଷୟ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଜିଲାପାଳ ଏବଂ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ଏଥିପ୍ରତି ଦୃଷ୍ଟିଦେଇ ରାସ୍ତାର ନବୀକରଣ ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେବାକୁ ଦାବୀ ହେଉଛି।

ସୂଚନାଯୋଗ୍ୟ, ଏହି ରାସ୍ତା ଉପରେ ଶତାଧିକ ଗ୍ରାମର ଜନସାଧାରଣ ଜିଲା, ବ୍ଲକ, ତହସିଲ, ଡାକ୍ତରଖାନା, ଥାନା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟତ ପାଇଁ ନିର୍ଭର କରିଥାନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories