ରେଙ୍ଗାଲି ଜୋନ୍ (୨) ଜିଲା ପରିଷଦ ନିର୍ବାଚନ, ତିନି ପ୍ରମୁଖ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ବିତା
ରେଙ୍ଗାଲି: ରେଙ୍ଗାଲି ଜୋନ୍ (୨) ଜିଲା ପରିଷଦ ନିର୍ବାଚନ ରେ ତିନି ପ୍ରମୁଖ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ବିତା ହେଉଥିବାର ଦେଖିବାକୁ ମିଳୁଛି। ତିନି ଦଳ ଜୋରଦାର ପ୍ରଚାର ଜମୁଛି।
ବିଜେପି ନିର୍ବାଚନ ପ୍ରଚାରର ମଙ୍ଗ ଧରିଲେ ଜୟନରାୟଣ ମିଶ୍ର
ଆଜି ସମ୍ବଲପୁର ବିଧାୟକ ପୂର୍ବତନ ମନ୍ତ୍ରୀ ଜୟନରାୟଣ ମିଶ୍ର ରେଙ୍ଗାଲି ଜୋନ୍ (୨)ରେ ପ୍ରଚାର ଅଭିଯାନର ମଙ୍ଗ ଧରି ବ୍ଳକର କୁସୁମଡିହିରେ ଆୟୋଜିତ ଏକ ନିର୍ବାଚନ ସଭାରେ ଦଳର କର୍ମୀ ଏବଂ ସମର୍ଥକମାନଙ୍କୁ ଉଦବୋଧନ ଦେଇଛନ୍ତି। ଏହି ନିର୍ବାଚନୀ ସଭାରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ପୂର୍ବତନ ବିଧାୟକ ବିଧାୟକ ରବିନାରାୟଣ ନାଏକ, ବିଜେପି ପ୍ରାର୍ଥୀ ରାଧେଶ୍ୟାମ ବାରିକ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପ-ସଭାପତି ଚନ୍ଦ୍ରଶେଖର ପଣ୍ଡା, ଜିଲା ଉପ-ସଭାପତି ଜିତେନ୍ଦ୍ରପ୍ରସାଦ ପଣ୍ଡା, ବେଣୁଧର ପ୍ରଧାନ, ଲଇଡା ମଣ୍ଡଲ ସଭାପତି ପ୍ରକାଶ ପୃଷ୍ଟି, ମହିଲା ମୋର୍ଚ୍ଚା ସଭାପତି ସଂଯୁକ୍ତା ମାଝି ପ୍ରମୁଖ ମଞ୍ଚାସୀନ ହୋଇ ସମବେତ ବିଜେପି କର୍ମୀ ଏବଂ ସମର୍ଥକ ମାନଙ୍କୁ ଉଦବୋଧନ ଦେଇ ଜିଲା ପରିଷଦ ପ୍ରାର୍ଥୀ ରାଧେଶ୍ୟାମ ବାରିକଙ୍କ ବିଜୟକୁ ସୁନିଶ୍ଚିତ କରିବାକୁ ଆହ୍ୱନ ଦେଇଥିଲେ।
ଟାମ୍ପରକେଲାରେ ବିଜେଡିର ରୋଡ୍ ଶୋ ଏବଂ ନିର୍ବାଚନ ସଭା
ରେଙ୍ଗାଲି ଜିଲା ପରିଷଦ ଜୋନ୍(୨)ର ଟାମ୍ପରକେଲାରେ ଆଜି ବିଜେଡି ପକ୍ଷରୁ ପ୍ରଚାର ଅଭିଯାନରେ ବାହାରି ପ୍ରାର୍ଥୀ ଦେ ନାରାୟଣ ତିଓାରୀ ଦଳିୟ ନେତା, କର୍ମୀ ଓ ସମର୍ଥକ ମାନଙ୍କ ଗହଣରେ ରୋଡ୍ ଶୋ କରି ଜନସାଧାରଣଙ୍କୁ ଭୋଟ୍ ପାଇଁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା। ପ୍ରାର୍ଥୀ ଶ୍ରୀ ତିଓାରୀଙ୍କ ସହିତ ଦଳର ପର୍ଯ୍ୟବେକ୍ଷକ ଖଲିଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ସେଠି, ରେଙ୍ଗାଲିର ରମେଶ ପଟୁଆ, ଜିଲା ସମ୍ପାଦକ ଏମ୍.ବି.ସତ୍ୟମ୍, ନିର୍ବାଚନ କମିଟି ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳ, ରାଜେଶ ପୃଷ୍ଟି, ଟାମ୍ପରକେଲା ସରପଞ୍ଚ ସନାତନ ସାହୁ, ପୂର୍ବତନ ସରପଞ୍ଚ ସୁବର୍ଣ୍ଣ ବେହେରା ପ୍ରମୁଖ ରୋଡ୍ ଶୋ’ରେ ସାମିଲ ହୋଇଥିଲେ। ରୋଡ୍ ଶୋ ଟାମ୍ପରକେଲା ଗ୍ରାମ ପରିକ୍ରମା ପରେ ପିଠୁପଡାରେ ଏକ ନିର୍ବାଚନ ସଭା ଆୟୋଜିତ ହୋଇଥିଲା। ଏଥିରେ ଜିଲା ପରିଷଦ ପ୍ରାର୍ଥୀ ଦେନାରାୟଣ ତିୱାରୀ, ଦଳର ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ରମେଶ ପଟୁଆ ପ୍ରମୁଖ ସଭାରେ ଯୋଗ ଦେଇଥିବା ଦଳର କର୍ମୀ ଏବଂ ସମର୍ଥକ ମାନଙ୍କୁ ଉଦବୋଧନ ଦେଇ ସମସ୍ତେ ଏକଜୁଟ ହୋଇ ଦଳିୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ।
ଟାମ୍ପରକେଲା ଓ ତବଡାବାହାଲ ପଞ୍ଚାୟତରରେ କଂଗ୍ରେସ ପ୍ରାର୍ଥୀଙ୍କ ଜନସମ୍ପର୍କ ଅଭିଯାନ
ରେଙ୍ଗାଲି ଜିଲ୍ଲା ପରିଷଦ ଜୋନ୍(୨) ରେ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରର୍ଥୀ ସରୋଜ ପୂଜାରୀ କଂଗ୍ରେସ ଏବଂ ସିପିଆଇର କର୍ମକର୍ତ୍ତାଙ୍କ ସହ ଟାମ୍ପରକେଲା କାନିବନ୍ଧଲି, ଖପସାଡେରା, ଲାଙ୍ଗବାହାଲ, କୁଦାଲପାଲି ଏବଂ ତବଡାବାହାଲ ପଞ୍ଚାୟତର ନାଏକପଡା, କୁଳତାପଡା, ଗୌଡପଡା, କୁଦାମୁଣ୍ଡା ଆଦି ଗ୍ରାମର ଘରକୁ ଘର ଯାଇ ଭୋଟ୍ ଦେବାକୁ ନିବେଦନ କରିଥିବାର ଦେଖିବାକୁ ମିଳିଛି। ଶ୍ରୀ ପୂଜାରୀଙ୍କ ସହିତ ଜିଲା କଂଗ୍ରେସ କମିଟି କୃଷକ ସେଲର ସଭାପତି ଦୁର୍ଗାଶଙ୍କର ବାଗ, ବରିଷ୍ଠ କଂଗ୍ରେସ ବେତା ଗଣେଶରାମ କରାଲି, ସିପିଆଇ ନେତା ସର୍ବାନନ୍ଦ ସରାଫ, ପୂର୍ବତନ ସମିତି ସଭ୍ୟ ଭବାନିଶଙ୍କର ଭୋଇ, ସୂର୍ଯ୍ୟ ଓରାମ ପ୍ରମୁଖ ଜନ ସମ୍ପର୍ଜ ଅଭିଯାନରେ ସାମିଲ ଥିଲେ।
Comments are closed.