www.samajalive.in
Sunday, December 7, 2025
23.1 C
Bhubaneswar

ଆସୁଛି ୫-ଜି, ବଦଳିଯିବ ଆପଣଙ୍କ ଦୁନିଆ

ନୂଆଦିଲ୍ଲୀ : ଖୁବଶୀଘ୍ର ଟେଲିକମ୍‍ ଓ ଇଣ୍ଟରନେଟ୍‍ ଦୁନିଆରେ ଏକ ବିପ୍ଳବ ଦେଖିବାକୁ ମିଳିବ। କାରଣ ଆଉ କିଛି ଦିନ ମଧ୍ୟରେ ବଜାରକୁ ଆସିଯିବ ୫-ଜି ଅର୍ଥାତ ମୋବାଇଲ ନେଟୱାର୍କର ପଞ୍ଚମ ପିଢି। ଫଳରେ ଇଣ୍ଟରନେଟ୍‍ ସ୍ପିଡ୍‍ ସହ ନୂଆ ବୈଷୟିକ ଜ୍ଞାନକୌଶଳରେ ଏକ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହେବ। ୫-ଜି ପିଢିରେ ଘରେ ଥିବା ଫ୍ରିଜ୍‍ରୁ ନେଇ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ଇଲେକ୍ଟ୍ରୋନିକ ଉପକରଣ ଫୋନ୍‍ ସହ ସଂଯୋଗ କରିହେବ। ସ୍ମାର୍ଟ ସହର ଏବଂ ଚାଳକ ବିହୀନ କାର ମଧ୍ୟ ବାସ୍ତବ ରୂପ ନେବ।
ସୂଚନା ଅନୁସାରେ ଆଉ ମାତ୍ର ବର୍ଷେ ପରେ ଅର୍ଥାତ ୨୦୨୦ରେ ଭାରତରେ ୫-ଜି ନେଟୱାର୍କ ଆରମ୍ଭ ହେବ।
୫-ଜି କ’ଣ ?
କିଛି ବର୍ଷର ବ୍ୟବଧାନରେ ମୋବାଇଲ ନେଟୱାର୍କର ଏକ ନୂଆ ପିଢି ବା ନୂଆ ଜେନେରେସନ୍‍ (ଜି) ଅପଗ୍ରେଡ ବା ତିଆରି ହୋଇଥାଏ। ୫-ଜି ହେଉଛି ବର୍ତ୍ତମାନର ଥିବା ୪-ଜିର ପରବର୍ତ୍ତି ଅପଗ୍ରେଡ୍‍ ଭର୍ସନ। ଏଥିରେ ନେଟୱାର୍କ ତୁରନ୍ତ ଧରିବ ଓ କଲ୍‍ ସଂଯୋଗ ହେବାରେ ବିଳମ୍ବ ହେବ ନାହିଁ। କମ୍‍ ଶକ୍ତି ଖର୍ଚ୍ଚ କରୁଥିବା ଦୀର୍ଘ ସମୟ ଚାଲୁଥିବା ବ୍ୟାଟେରୀ ଆସିବ। ୫ଜି ନେଟୱାର୍କ ଆସିବା ପରେ ଇଣ୍ଟରନେଟ୍‍ ସ୍ପିଡ୍‍ ୪-ଜି ତୁଳନାରେ ୧୦ ଗୁଣା ବଢିଯିବ। ଏଥିରେ ଇଣ୍ଟରନେଟ୍‍ ସ୍ପିଡ୍‍ ବହୁମାତ୍ରାରେ ବଢିଯିବ।
ଇଣ୍ଟରନେଟ୍‍ ସ୍ପିଡ୍‍ ଅନୁସାରେ
୧-ଜି ନେଟୱାର୍କ ଇଣ୍ଟରଟେନ୍‍ ସ୍ପିଡ୍‍ ୪୨.୨ ଏମ୍‍ବିପିଏସ୍‍
୨-ଜି ନେଟୱାର୍କ ଇଣ୍ଟରନେଟ୍‍ ସ୍ପିଡ୍‍ ୧୪.୪ ଏମ୍‍ବିପିଏସ୍‍
୩-ଜି ନେଟୱାର୍କ ଇଣ୍ଟରନେଟ୍‍ ସ୍ପିଡ୍‍ ୩୦.୧ ଏମ୍‍ବିପିଏସ୍‍
୩.୫ ନେଟୱାର୍କ ଇଣ୍ଟରନେଟ୍‍ ସ୍ପିଡ୍‍ ୪୨.୨ ଏମ୍‍ବିପିଏସ୍‍
୪-ଜି ନେଟୱାର୍କ ଇଣ୍ଟରନେଟ୍‍ ସ୍ପିଡ୍‍ ୧୦୦ ଏମ୍‍ବିପିଏସ୍‍
୫-ଜି ନେଟୱାର୍କ ଇଣ୍ଟରନେଟ୍‍ ସ୍ପିଡ୍‍ ୧୦୦୦ ଏମ୍‍ବିପିଏସ୍‍
୪-ଜି ଆସିବା ପରେ ଦୁନିଆ ଯେପରି ବଳଦିଯାଇଥିଲା ୫-ଜି ଆସିବା ପରେ ସେହିଭଳି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ୪-ଜି ଆସିବା ପରେ ଷ୍ଟ୍ରିମିଂ ନ୍ୟୁଜ୍‍ ଓ ଭିଡିଓ ଦେଖିବା, ନାଭିଗେସନ୍‍ ସ୍ପେସ୍‍ର ବ୍ୟବହାର, ଇଣ୍ଟରନେଟ୍‍ ମାଧ୍ୟମରେ ଡିଜିଟାଲ ନେଣଦେଣ ବୃଦ୍ଧି ପାଇଛି।

୫-ଜି ଆସିବା ପରେ ଏଥିରେ ଏକ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି। ୫ ଜିରେ ସ୍ମାର୍ଟ ଘର ବାସ୍ତବ ରୂପ ନେବ। ମୋବାଇଲ ମାଧ୍ୟମରେ ଘରେ ଥିବା ସମସ୍ତ ଯନ୍ତ୍ରପାତି ପରିଚାଳନା ହେବ। ଘର ବାହାରେ ଥାଇ ଆପଣ ଲାଇଟ୍‍ (ବିଦ୍ୟୁତ୍‍ ବଲ୍‍ବ୍‍) ଅନ୍‍ ଓ ଅଫ୍‍ କରିପାରିବେ। ଜରୁରୀ ପରିସ୍ଥିତିରେ ସ୍ୱୟଂକ୍ରିୟାରେ ଆବଶ୍ୟକ ସ୍ଥାନ୍‍କୁ ଫୋନ୍‍ କଲ ଯିବ। ଏହିପରି ଅନେକ୍‍ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories