ଉତ୍ତମ ସମ୍ପର୍କ ସ୍ଥାପନର କିଛି ଟିପସ୍‍

0

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ଏମିତି ଏକ ସାଥୀ ଦରକାର ଯାହାକୁ ସେ ନିଜର ବୋଲି କହିପାରିବ। ଯାହା ସହ ସେ ସୁଖଦୁଃଖ ସବୁ କିଛି ବାଣ୍ଟିପାରିବ। ଶାନ୍ତିର କିଛି ମୁହୂର୍ତ୍ତ ମଧ୍ୟ ବିତାଇ ପାରିବ। କିନ୍ତୁ କଥାରେ ଅଛି ବ୍ୟକ୍ତି ଯାହା ଖୋଜି ଥାଏ ତାହା ତାକୁ ମିଳି ନଥାଏ। ଏମିତି କିଛି କାରଣ ଭଲ ପାଇବା ସମ୍ପର୍କରେ ମଧ୍ୟ ଥାଏ, ଯେଉଁ କାରଣ ଦ୍ୱାରା ଆପଣ ଜୀବନରେ ଏକା ରହିଯାଆନ୍ତି। ଆସନ୍ତୁ ଜାଣିବା ତାର କିଛି କାରଣ ….


ଭଲ ପାଇବାରେ ନିଜ ସାଥୀଙ୍କୁ ସମୟ ଦେବା ନିହାତି ଜରୁରୀ ଅଟେ। ଯଦି ଆପଣଙ୍କ ସାଥୀଙ୍କୁ ଠିକ୍‍ ସମୟ ନ ଦେବେ ତାହେଲେ ସମ୍ପର୍କ କେତେ ଦିନ ତିଷ୍ଠି ରହିବ ତାହା କହିବା ଅସମ୍ଭବ। ସବୁ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବୁଝାମଣା ଠିକ ରୂପେ ରହିବା ଦରକାର।


ମଣିଷକୁ ଏକା ରହିବାକୁ ଡ଼ର ଲାଗେ। ସେହି ଏକାପଣ ଯଦି ମଣିଷର ଅଭ୍ୟାସ ହୋଇଯାଏ ତେବେ ତାକୁ ଆଉ କାହାର ସାହାର ଦରକାର ହୁଏନି। ଜୀବନରେ ଅନ୍ୟ କାହାର ହସ୍ତକ୍ଷେପ ମଧ୍ୟ ଭଲ ଲାଗେ ନାହିଁ। ଏମିତି ବ୍ୟକ୍ତି ମାନଙ୍କୁ ସାଥୀ କରିବାକୁ ପସନ୍ଦ ହୋଇ ନ ଥାଏ। ତେଣୁ ଏମାନେ ଏକା ରହିଯାନ୍ତି।


ଜୀବନର ଲକ୍ଷ୍ୟ ଆମେ ନିଜେ ନିର୍ଦ୍ଧାରିତ କରିଥାଉ। ଲକ୍ଷ୍ୟ ପୂରଣ କରିବାରେ ଆମେ ସର୍ବଦା ତପ୍ତର ହୋଇଥାଉ ଏମିତି କି ଅନ୍ୟମାନଙ୍କ କଥା ମଧ୍ୟ ଭୁଲି ଯାଇଥାଉ। କେହି ହସ୍ତକ୍ଷେପ କଲେ ଚିଡିଥାଉ। ଏମିତି ବ୍ୟକ୍ତିମାନେ କେବେ ହେଲେ ସମ୍ପର୍କରେ ରହି ପାରନ୍ତି ନାହିଁ।


ଆପଣ ଯଦି ପୂର୍ବରୁ କାହା ସହ ସମ୍ପର୍କରେ ଥିଲେ ଆଉ ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇଛି ତେବେ ତାକୁ ଶୀଘ୍ର ଭୁଲି ଯିବା ଦରକାର। ନଚେତ ଜୀବନରେ କେବେ ବି ଆଗକୁ ବଢ଼ିପାରିବେ ନାହିଁ। କାହାକୁ ମଧ୍ୟ ସାଥୀ ରୂପେ ବାଛି ପାରିବେ ନାହିଁ।


ସବୁବେଳେ ନିଜ ଉପରେ ଦୃଢ଼ ବିଶ୍ୱାସ ରହିବା ଦରକାର। ଯେକୌଣସି କାର୍ଯ୍ୟ କଲେ ନିଜ ଉପରେ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ। ନିଜ ସମ୍ପର୍କରେ ମଧ୍ୟ ବିଶ୍ୱାସ ରଖି ସାଥୀକୁ ବିଶ୍ୱାସ କରିବା ଦରକାର। ନିଜ ସାଥୀକୁ କୌଣସି କଥା ଲୁଚାନ୍ତୁ ନାହିଁ।


ସମ୍ପର୍କରେ ପରସ୍ପରକୁ ସମ୍ମାନ କରିବା ଅତ୍ୟନ୍ତ ଜରୁରୀ ଅଟେ। ଯେଉଁଠି ସମ୍ମାନ ନାହିଁ ସେଠାରେ ସମ୍ପର୍କ ବେଶୀ ଦିନ ତିଷ୍ଠି ରହି ନଥାଏ। ଯେକୌଣସି ସମ୍ପର୍କରେ ଥିଲେ ମଧ୍ୟ ସମ୍ମାନ କରନ୍ତୁ।

Leave A Reply