www.samajalive.in
Sunday, December 7, 2025
23.1 C
Bhubaneswar

ରେଡ଼୍‌ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ବଢିଲା ସୁରକ୍ଷା। ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ରେର୍ଡ଼ ଆଲର୍ଟ ଜାରି କରାଯାଇଛି। ଆଗକୁ ସ୍ୱାଧୀନତ ଦିବସ ଥିବାରୁ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି।

ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବ୍ୟତୀତ କାହାକୁ ଛଡାଯିବନାହିଁ। ଭିଜିଟର୍‌ ପାସ୍‌ ମଧ୍ୟ ଦିଆଯିବନାହିଁ। ଟର୍ମିନାଲ ନିକଟକୁ ଗାଡି ଆସିବନି। ଟର୍ମିନାଲଠାରୁ ଦୂରରେ ଗାଡି ପାର୍କିଂ ବ୍ୟବସ୍ଥା କରାଯିବ। ସେହିପରି ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ।

- Advertisement -

୧୩ଟି ୱାଚ୍‌ ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟା ମୁତୟନ କରାଯିବ। ପ୍ରବେଶ ପଥରେ ୪ଜଣ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବାବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଡୋମେଷ୍ଟିକ ଟର୍ମିନାଲରେ ୬୭ଟି ସିସିଟିଭି ଲାଗିଛି। ପ୍ରବେଶ ପଥକୁ ସିଲ୍‌ କରି କଡାକଡି ଚେକିଂ ହେବ। ସାଧାରଣତଃ ସ୍ୱାଧୀତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ। ଏଥର ଦିଲ୍ଲୀ ବିମାନବନ୍ଦର ଉଡାଇଦେବାକୁ ଧମକ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ବିମାନବନ୍ଦରରେ ବିସ୍ଫୋରଣ କରିବା ନେଇ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ନାଁରେ ଦିଲ୍ଲୀ ପୁଲିସକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories