www.samajalive.in
Monday, December 15, 2025
24.1 C
Bhubaneswar

କରୋନା ୧୦୦ ବର୍ଷର ସବୁଠୁ ବଡ଼ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ୧୦୦ ବର୍ଷର ସବୁଠୁ ବଡ଼ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନ୍‌କ୍ଲେଭରେ ଦାସ ଯୋଗଦେଇ ଏହା କହିଛନ୍ତି।

ସେ କହିଛନ୍ତି ଯେ, କୋଭିଠ-୧୯ ଯୋଗୁ ଉତ୍ପାଦନ, ଚାକିରି ଏବଂ ସ୍ବାସ୍ଥ୍ୟ ଉପରେ ଅଭୂତପୂର୍ବ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସଙ୍କଟ ବର୍ତ୍ତମାନର ବିଶ୍ଵ ସ୍ତରୀୟ ବ୍ୟବସ୍ଥା, ବିଶ୍ଵ ସ୍ତରର ମୂଲ୍ୟ ଶୃଙ୍ଖଳ ଏବଂ ବିଶ୍ଵବ୍ୟାପୀ ଶ୍ରମ ଓ ପୁଞ୍ଜିର ଗତିକୁ ପ୍ରଭାବିତ କରିଛି।

- Advertisement -

ଏହି ଅବସରରେ ଶକ୍ତିକାନ୍ତ ଦାସ ଆରବିଆଇ ପକ୍ଷରୁ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, କରୋନା କାଳରେ ଆମ ବିତ୍ତୀୟ ବ୍ୟବସ୍ଥାକୁ ବଞ୍ଚାଇବା ଲାଗି ଏବଂ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। କରୋନା ସଙ୍କଟ ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ମାନ୍ଦାବସ୍ଥା ଯୋଗୁ ଆରବିଆଇ ରେପୋ ରେଟ୍‌ରେ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ଏହା ପରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏମପିସି ରେପୋ ରେଟ୍‌ ୧୧୫ ବେସିସ୍‌ ପଏଣ୍ଟ କମାଇଥିଲା। ଏହିପରି ଭାବେ ମୋଟ ୨୫୦ ବେସିସ୍‌ ପଏଣ୍ଟ ହ୍ରାସ ଘଟିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories