www.samajalive.in
Saturday, December 6, 2025
14.1 C
Bhubaneswar

ଲୋକଙ୍କୁ ସଚେତନ କରିବାର ଭିନ୍ନ ପ୍ରଣାଳୀ; ଏହି ସ୍ଥାନରେ ପ୍ରସ୍ତୁତ ହେଉଛି ମାସ୍କ ପରଟା

କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଉଛି। ଲୋକଙ୍କୁ ଅଧିକ ସଚେତନ ଓ ଜାଗୃତ ରହିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ପାଳନ କରାଯିବା ସହ ପ୍ରଚାର କରାଯାଉଛି। ଏପରି ଏକ ଘଟଣା ତାମିଲନାଡ଼ୁରେ ଦେଖିବାକୁ ମିଳିଛି। ଯେଉଁଠାରେ ପ୍ରସ୍ତୁତ ହେଉଛି ମାସ୍କ ପରଟା। ଏହାକୁ ବିକ୍ରି ମଧ୍ୟ କରାଯାଉଛି।
ତାମିଲନାଡ଼ୁର ମଦୁରେ ଏକ ରେସ୍ତୋରାଁରେ କରୋନା ଭାଇରସ ପ୍ରତି ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଏଭଳି ପନ୍ଥା ଗ୍ରହଣ କରାଯାଇଛି। କିଛି ଦିନ ମଧ୍ୟରେ ଏହି ମାସ୍କ ପରଟା, ପରଟା ପ୍ରେମୀ ଓ ଅନ୍ୟମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି।
ଅନ୍ୟ ପଟେ ଦେଖିବାକୁ ଗଲେ ଲୋକେ ଏହି ପରଟା ବିଷୟରେ ଅଧିକ ଚର୍ଚ୍ଚା କରିବା ସହ ଏହାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିବାକୁ ଲାଗିଛନ୍ତି। ବର୍ତମାନ ଏହି ପରଟାର ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ପରଟା ଦେଖିବାକୁ ଚକ୍ଷୁକୁ ସୁନ୍ଦର ଲାଗିବା ସହ ଏହାର ଆକୃତି ସମ୍ପୂର୍ଣ୍ଣ ମାସ୍କ ଭଳି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories